କେଜିଏ ସୁନା ସହ ସ୍ମଗଲର ଗିରଫ

ଭୁବନେଶ୍ୱର: DRI କବଜାରେ ୬୦ ଲକ୍ଷ ଟଙ୍କାର ସୁନା । Directorate of revenue intelligence ଜାଲରେ ସୁନା ମାଫିଆ । କୋଲକତାରୁ ଭୁବନେଶ୍ୱର ଆସୁଥିଲା ସୁନା । କେଜିଏ ସୁନା ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି DRI । ଜବତ ସୁନା ସହ ଅଟକ ବ୍ୟକ୍ତିଙ୍କୁ ପଚରାଉଚରା ଜାରି ରଖିଛି । ତେବେ ଡିଆରଆଇକୁ ଫାଲକନାମା ଟ୍ରେନରେ ସୁନା ଚାଲାଣ ନେଇ ସୂଚନା ମିଳିଥିଲା । ପୂର୍ବରୁ ବ୍ୟକ୍ତି ଜଣଙ୍କ ସୁନା ସ୍ମଗଲିଂ କରୁଥିବା ଗୁଇନ୍ଦା ତଥ୍ୟ ମିଳିଥିଲା । କଟକର ଏକ ଜୁଏଲାରୀକୁ ସୁନା ଚାଲାଣ ହେଉଥିଲା ବୋଲି କହିଛି DRI ।