କେରଳ ବନ୍ୟା ପୀଡିତଙ୍କ ପାଇଁ ବଢୁଛି ସହାୟତାର ହାତ

(ଭୁବନେଶ୍ୱର): କେରଳରେ ପ୍ରଳୟଙ୍କାରୀ ବନ୍ୟା ପରେ ବଡୁଛି ଓଡିଶାରୁ ସହୟତାର ହାତ । ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କା ଦେଇଥିବାବେଳେ ପରବର୍ତ୍ତୀ ସମୟରେ ଆଉ ୫ କୋଟି ଟଙ୍କା ଓ ପଲଥିନ ପାଇଁ ଅତିରିକ୍ତ ୮ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେହିପରି କେରଳ ବନ୍ୟା ପ୍ରପୀଡିତଙ୍କୁ ସହୟତା ଯୋଗାଇ ଦେବାକୁ ଘୋଷଣା କରିଛି ରାଜ୍ୟ ଆଇଏଏସ ଅଫିସର ଆସୋସିଏସନ । ରାଜ୍ୟର ସବୁ ଆଇଏଏସ ଅଫିସର ସେମାନଙ୍କ ଗୋଟିଏ ଦିନର ଦରମା କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କେରଳର ବନ୍ୟା ସହାୟତା କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଟିମ କେରଳକୁ ପଠାଇଛନ୍ତି । ଏହି ଦୁର୍ଦ୍ଦଶା ସମୟରେ କେରଳବାସୀଙ୍କ ସହ ସଂଘ ଠିଆ ହୋଇଛି ବୋଲି କହିଛି ।