(ମମତା ସାମଲ)ରିପୋର୍ଟସଟୁଡେ: କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୨ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି । ଘଡିଆମାଳ ଗାଁରେ ଘଟିଛି ଅଗ୍ନିକାଣ୍ଡ । ନିଆଁରେ ପୋଡି ହୋଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଏହି ଗାଁର ପର୍ଶୁରାମ ସାହୁ ଶୋଇଥିବା ସମୟରେ ଘରେ ନିଆଁ ଲାଗିଥିଲା । ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ତେବେ କେଉଁ କାରଣ ପାଇଁ ନିଆ ଲାଗିଲା ତାହା ଏବେ ବି ଅସ୍ପଷ୍ଟ ରହିଛି । ଅଗ୍ନିକାଣ୍ଡରେ କ୍ଷତି ହୋଇଥିବା ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।