ବିଜେଡି ଛାଡିଲେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ

ଭୁବନେଶ୍ୱର: ବିଜେଡି ଛାଡିଲେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫାପତ୍ର ପଠାଇବା ସହ ଗୀତାଞ୍ଜଳି ବିଜେଡି ଛାଡିବା ପଛର କାରଣ ଜଣାଇଛନ୍ତି। ବିଜେଡିରେ ରହି କାମ କରିବା ସମ୍ଭବପର ହେଉନାହିଁ ବୋଲି ସେ କହିଛନ୍ତି । ଏହାସହ କେନ୍ଦ୍ରାପଡାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି ଗୀତାଞ୍ଜଳି । ଏହା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକଶିତ ଭାରତ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ବିଜେଡି ଛାଡିଥିବା କହିଛନ୍ତି ଗୀତାଞ୍ଜଳି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଥିବା ଗୀତାଞ୍ଜଳି ବିଜେଡି ଛାଡିବା ପରେ କେନ୍ଦ୍ରାପଡାରେ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ମୁତାବକ, କେନ୍ଦ୍ରାପଡା ଆସନ ପାଇଁ ବିଜେଡିରୁ ଗୀତାଞ୍ଜଳି ପ୍ରମୁଖ ଦାବିଦାର ଥିଲେ । କିନ୍ତୁ ଗଣେଶ୍ୱରଙ୍କୁ ଦଳରେ ସାମିଲ କରି ପରବର୍ତ୍ତୀ ସମୟରେ କେନ୍ଦ୍ରାପଡାରେ ପ୍ରାର୍ଥୀ କରିବାକୁ ନେଇ ଗୀତାଞ୍ଜଳି ଅସନ୍ତୁଷ୍ଟ ଥିବା ତାଙ୍କ ନିକଟତମ ମହଲରେ ଚର୍ଚ୍ଚା ହେଉଛି । କିନ୍ତୁ ନିର୍ବାଚନ ପୂର୍ବରୁ ଗୀତାଞ୍ଜଳି ଦଳ ଛାଡି ବିଜେଡିକୁ ବଡ ଝଟକା ଦେଇଛନ୍ତି ।