ମେ’ ୭ ପର୍ଯ୍ୟନ୍ତ ଜେଲରେ ରହିବେ କେଜ୍ରିୱାଲ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କୁ ମିଳିଲାନାହିଁ ଆଶ୍ୱସ୍ତି । ତେବେ ଆଜି କୋର୍ଟ ତାଙ୍କୁ ମେ’ ୭ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ନ୍ୟାୟିକ ହେପାଜତ ଶେଷ ହେବା ପରେ କେଜ୍ରିୱାଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜେଲରୁ ହାତର ହୋଇଥିଲେ । ତେବେ ଏନେଇ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଆଜି କେଜ୍ରିୱାଲଙ୍କ ସମେତ ଅନ୍ୟ ୨ ଅଭିଯୁକ୍ତ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ. କବିତା ଏବଂ ଗୋଆ ନିର୍ବାଚନ ପାଇଁ ନିଯୁକ୍ତ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ପାଣ୍ଠି ପରିଚାଳକ ଚନପ୍ରୀତ ସିଂହଙ୍କ ହାଜତ ମିଆଦକୁ ମଧ୍ୟ ବୃଦ୍ଧି କରିଛନ୍ତି। ତେବେ ଏହି ମାମଲାରେ ସୁପ୍ରିମ କୋର୍ଟ କେଜ୍ରିୱାଲଙ୍କ ଗିରଫଦାରୀ ଏବଂ ପରବର୍ତ୍ତୀ ରିମାଣ୍ଡକୁ ଚ୍ୟାଲେଞ୍ଜ କରିଥିବା ତାଙ୍କ ଆବେଦନ ଉପରେ ଇଡିକୁ ନୋଟିସ ଜାରିକରିଥିଲେ । ଏହି ମାମଲାରେ ଆସନ୍ତା ଲପ୍ରିଲ ୨୯ ରେ ଶୁଣାଣୀ ହେବ ବୋଲି ସୂଚନା ରହିଛି ।