ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆପ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇଛନ୍ତି। ତେବେ ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପର ୬୨ ଜଣ ସଦସ୍ୟ ରହିଛନ୍ତି। ସେହିପରି ବିଜେପିର ୮ ଜଣ ସଦସ୍ୟ ରହିଛି। ତେବେ ଅନସ୍ଥା ଭୋଟରେ ୫୮ ଜଣ ଆପ ବିଧାୟକ ଭୋଟ ଦେଇଥିଲେ। ତେବେ ଦିଲ୍ଲୀରେ ବିଜେପି ସରକାର ଗଢିବା ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ତେବେ ଅବକାରୀ ଦୁର୍ନୀତି ନେଇ ଦିଲ୍ଲୀ ଓ ଆପ ମଧ୍ୟରେ ଲଢେଇ ଜାରି ରହିଛି। ସମ୍ପୃକ୍ତ ପ୍ରସଙ୍ଗରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ପକ୍ଷରୁ ରେଡ କରାଯାଇଥିଲା। ତେବେ ଆପର ୨୫ରୁ ୩୦ ବିଧାୟକ ବିଜେପି ଯୋଗାଯୋଗରେ ରହିଥିବା ଚର୍ଚ୍ଚା ହେଉଥିଲା। ଏନେଇ କେଜ୍ରିୱାଲ ଆସ୍ଥା ଭୋଟ କରିବା ଲାଗି ବାଚସ୍ପତିଙ୍କୁ କହିଥିଲେ। ଆସ୍ଥା ଭୋଟରେ କେଜ୍ରିୱାଲ ସଫଳ ହୋଇଥିଲେ। ବିଜେପିର ଅପରେସନ ଲୋଟସ ଫେଲ ହୋଇଥିବା ଆସ୍ଥା ଭୋଟ ଜିଣିବା ପରେ କହିଥିଲେ। ବିଜେପି ଦିଲ୍ଲୀରେ ଗୋଟିଏ ବି ଆପ ବିଧାୟକଙ୍କୁ କିଣିପାରି ନାହିଁ। ତେଣୁ ୫୮ ଜଣ ବିଧାୟକ ମୋ ସପକ୍ଷରେ ଭୋଟ ଦେଇଛନ୍ତି। ବାକି ୪ ଜଣଙ୍କ ମଧ୍ୟରୁ ଡଣେ ଜେଲରେ ଥିବାବେଳେ ବାକି ଦୁଇ ଜଣ ବିଦେଶରେ ଅଛନ୍ତି। ଶେଷ ସଦସ୍ୟ ଜଣଙ୍କ ଗୃହର ବାଚସ୍ପତି ରହିଛନ୍ତି। ତେଣୁ ଏଥିପାଇଁ ଆସ୍ଥା ଭୋଟ କରିବାକୁ ଚାହିୁଁଥିଲି କି ଦିଲ୍ଲୀବାସୀ ପ୍ରକୃତ କଥା ଜାଣନ୍ତୁ। ଆସ୍ଥା ଭୋଟ ପରେ ବିଜେପିର ଅପରେସନ ଲୋଟସ ଏବେ ଅପରେସନ କିଚଡ ହୋଇଯାଇଛି ବୋଲି ଶ୍ରୀ କେଜ୍ରିୱାଲ କହିଛନ୍ତି। ସେପଟେ ଅବକାରୀ ଦୁର୍ନୀତିକୁ ଲୋକଙ୍କ ନଜରୁ ହଟାଇବା ପାଇଁ କେଜ୍ରିୱାଲ ବିଧାନସଭାକୁ ବ୍ୟବହାର କରିଥିବା ବିଜେପି ଅଭିଯୋଗ କରିଛି।