ନୂଆଦିଲ୍ଲୀ: ପୁଣି ନିରାଶ ହେଲେ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ମିଳିଲାନି ଜାମିନ । କୋର୍ଟ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଏହି ମାମଲାର ନିଷ୍ପତ୍ତିକୁ ସୁରକ୍ଷିତ ରଖାଯାଇଛି । ସୁପ୍ରିମକୋର୍ଟ ମେ ୯ ରେ ଏହି ମାମଲାର ଶୁଣାଣି କରିପାରନ୍ତି ବୋଲି କୁହାଯାଉଛି । କେଜ୍ରିୱାଲ ଅବକାରୀ ଦୁର୍ନିତୀ ମାମଲାରେ ନିଜ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଏହା ପୂର୍ବରୁ କୋର୍ଟ କହିଥିଲେ କି ଆମେ ଅନ୍ତିମ ଆଦେଶ ଦେବା ପୂର୍ବରୁ ଅନ୍ତରୀଣ ଆଦେଶ ଜାରି କରିଥାଉ । ଆମେ ଏହି କଥା ଉପରେ ବିଚାର କରୁନାହୁଁ କିଏ ରାଜନୈତିକ ବ୍ୟକ୍ତିତ୍ୱ କି ନାହିଁ । ଆମେ ସବୁବେଳେ ମାମଲା ଠିକ ନା ଭୁଲ ଦେଖିଥାଉ । ଏହି ଅସାଧାରଣ ମାମଲାରେ ଜାମିନ ପାଇଁ ବିଚାର କରାଯାଇପାରିବ ନା ନାହିଁ । ସୁପ୍ରିମକୋର୍ଟ ଆହୁରି କହିଥିଲେ କି, ଯଦି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନରେ ମୁକ୍ତ କରାଯାଏ ତେବେ ତାଙ୍କୁ ଅଫିସିଆଲ କାମ କରିବାକୁ ଦିଆଯିବ ନାହିଁ ।