ଶ୍ରାବଣ ମାସର ଶେଷ ସୋମବାରରେ ଭାସିଗଲେ କାଉଡିଆ ଭକ୍ତ

ସାଲେପୁର ଅଞ୍ଚଳରେ ଆଜି ସକାଳୁ ଏକ ଅଘଟଣ ଘଟିଯାଇଛି।ଆଜି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ  ମହାଦେବଙ୍କୁ ଜଳାଅଭିସେକ କରିବା ପାଇଁ ଆଜି ସକାଳୁ  ସାଲେପୁର ଥାନା ଅନ୍ତର୍ଗତ କାସିପୁର ଗ୍ରାମର ରବୀନ୍ଦ୍ର କରଙ୍କ ପୁଅ ଅମୃତ କୁମାର କର(୨୫) ବଟେଶ୍ବର ଗ୍ରାମର ନିକଟରେ ଚିତ୍ରୋପଳା ନଦୀରୁ ପାଣି ଉଠାଇବାକୁ ଜାଇଥିବା ବେଳେ ନଦୀ ପାଣି ରେ ଭାସି ଯାଇ ନିଖୋଜ ହୋଇଯାଇଛି। ସ୍ଥାନୀୟ ଲୋକେ ଓ ସାଲେପୁର ଦମକଳ ବାହୀନିର କର୍ମଚାରୀ ମାନେ ଦୀର୍ଘ ସମୟ ଧରି ନଦୀ ପାଣି ଖୋଜାଖୋଜି ଚଳାଇଥିଲେ ହେଁ ଅଦ୍ୟାବଧି ଅମୃତ କୁମାର ର କୈଣସି ସନ୍ଧାନ ପାଇ ନାହାନ୍ତି।