ସମ୍ବଲପୁର : ବୁର୍ଲା ଭିମସାର ମେଡିକାଲ କଲେଜରେ ଆଉ ୧୭ ଜଣ ଏମବିବିଏସ୍ ଛାତ୍ରଛାତ୍ରୀ କରୋନା ପଜିଟିଭ ହୋଇଛନ୍ତି । କରୋନା ପଜିଟିଭ ଚିହ୍ନଟ ନେଇ ଡିନ୍ ପ୍ରଫେସର ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି । ୧୭ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ପହଞ୍ଚିଛି ।
କିଛି ଦିନ ପୂର୍ବେ ସମସ୍ତେ କଲେଜର ବାର୍ଷିକ ଉତ୍ସବରେ ଏକାଠି ଯୋଗ ଦେଇଥିଲେ । ସେଠାରୁ କୋଭିଡ ବ୍ୟାପିଥିବା ଅନୁମାନ କରାଯାଉଛି । ଅନ୍ୟପଟେ କିଛିଦିନ ପରେ ଏମବିବିଏସ ଅଫଲାଇନ ପରୀକ୍ଷା ହେବାର ଥିବା ସତ୍ତ୍ବେ ତାହା ହେବ କି ନାହିଁ ଜଣାପଡିନାହିଁ । ଏନେଇ କଲେଜ ଅଧ୍ୟକ୍ଷା ଜୟଶ୍ରୀ ଦୋରା କହିଛନ୍ତି ପଜିଟିଭ ଚିହ୍ନଟ ହୋଇଥିବା ଛାତ୍ରୀ ମାନଙ୍କୁ ଆଇସୋଲେସନରେ ରଖା ଯାଇଛି। ତେବେ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି ।