ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’

ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ ହୋଇଛି କାନ୍ତାରା ଚାପ୍ଟର-୧ ଫିଲ୍ମ । ସବୁବେଳେ ସିକ୍ବେଲ୍ ରିଲିଜ୍ ହେଉଥିଲା ବେଳେ ଏହି ସିନେମାରେ ପ୍ରିକ୍ବେଲ୍‌ ପରଦାକୁ ଆସିଛି । ଦଶହରାରେ ସିନେମା ହଲରେ ମୁକ୍ତିଲାଭ କରିଥିବାରୁ ଫ୍ୟାନ୍ସଙ୍କ ଭିଡ ବେଶ ପରିଲିଖିତ ହୋଇଛି । ୨୦୨୨ରେ ରିଲିଥିବା କାନ୍ତାରା ବ୍ଲକବଷ୍ଟର ହୋଇଥିଲା । ଫିଲ୍ମର ନିର୍ଦ୍ଦେଶକ ଓ ଅଭିନେତା ଭାବେ ନଜର ଆସିଛନ୍ତି ରିଷଭ ଶେଟ୍ଟୀ । ପ୍ରଥମ ଶୋ ଦେବା ପରେ ପ୍ରଶଂସକ ମାନେ ଏହାର ଆଲୋଚନା ଖୁବ କରୁଛନ୍ତି । ଫିଲ୍ମର କ୍ଲାଇମ୍ୟାକ୍ସକୁ ଦର୍ଶକ ଅଧିକ ପସନ୍ଦ କରିଛନ୍ତି । ନିର୍ମାତା ତଥା ମୁଖ୍ୟ ଅଭିନେତା ଋଷଭ ଶେଟ୍ଟୀ ଏହି ନୂଆ ଚଳଚ୍ଚିତ୍ର ଜରିଆରେ ଏକ ଅରଖ ନୂଆ କାହାଣୀ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ବିଶେଷ କରି ଏହାର ଆକ୍ସନ ଦୃଶ୍ୟଗୁଡ଼ିକ ଦର୍ଶକମାନଙ୍କୁ ଖୁବ୍ ଆମୋଦିତ କରୁଛି । ଏହି ଚଳଚ୍ଚିତ୍ରଟି ମୂଳତଃ କନ୍ନଡ଼ ଭାଷାରେ ନିର୍ମିତ ହୋଇଥିଲେ ହେଁ, ଏକାସମୟରେ ହିନ୍ଦୀ, ତାମିଲ, ତେଲୁଗୁ ଓ ମାଲୟାଲମ ଭାଷାରେ ମଧ୍ୟ ମୁକ୍ତିଲାଭ କରିଛି । ପ୍ରଥମ ଦିନରେ ଏହା ଭାରତରେ ୬୦ କୋଟି ଟଙ୍କା ଆୟ କରି ଏ ବର୍ଷର ଅନ୍ୟତମ ସଫଳ ଚଳଚ୍ଚିତ୍ରର ମର୍ଯ୍ୟାଦା ହାସଲ କରିସାରିଲାଣି ।

Kantara Chapter 1 Twitter review: Netizens praise Rishab Shetty, Rukmini  Vasanth's performances, others criticise weak storyline