କର୍ତ୍ତବ୍ୟରେ ଅବହେଳା ପାଇଁ ଜେଲର ସନ୍ତୋଷିନୀ ଦାଶ ହୋଇଛନ୍ତି କାର୍ଯ୍ୟାନୁଷ୍ଠାନର ଶିକାର । କଣ୍ଟାବାଞ୍ଜି ଉପକାରାଗାରର ଜେଲର ତଥା ସୁପରିଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି । ଚୌଦ୍ୱାରରୁ କଣ୍ଟାବାଞ୍ଜିକୁ ବଦଳି ହୋଇଥିଲେ ହେଁ ସେ କାର୍ଯ୍ୟରେ ଯୋଗ ଦେଇ ନଥିଲେ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଛୁଟିରେ ଥିବା କହିଥିଲେ ମଧ୍ୟ କର୍ତ୍ତବ୍ୟରେ ଅବହେଳା ଓ ଅସଦାଚରଣ ପାଇଁ ଜେଲ୍ ଡିଜି ସୁଶାନ୍ତ ନାଥ ତାଙ୍କୁ ସସ୍ପେଣ୍ଡ୍ କରିଛନ୍ତି । ନିଲମ୍ବନ ପରେ ମୁଖ୍ୟାଳୟ ରେ ରହିବେ ସନ୍ତୋଷିନୀ ଦାଶ।
