ବରଗଡ଼ : ଆଜି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରାରେ ପଡିବ ପୂର୍ଣ୍ଣଛେଦ। ମହାରାଜ କଂସଙ୍କ ଅତ୍ୟାଚାରରୁ ମୁକ୍ତ ହେବେ ମଥୁରାବାସୀ । ରାଜା କଂସାଧିପତିଙ୍କର ଆଜି ହେଉଛି ଶେଷ ଦିନ । ବରଗଡ଼ରେ ଦୀର୍ଘ ୧୧ ଦିନଧରିଚାଲିଆସୁଥିବା ଧନୁଯାତ୍ରାରେ ଆଜି ଅଭିନୀତ ହେବ କଂସ ବଦ୍ଧର ଦୃଶ୍ୟ । ଏଥି ସହ କୃଷ୍ଣ ବଳରାମଙ୍କ ମଥୁରା ଭ୍ରମଣ, କୁବଳୟା ବଧ, ଅଷ୍ଟମଲ୍ଲ ବଧ, ଶିବଧନୁ ଭଗ୍ନ, କଂସ ବଦ୍ଧ ଏବଂ ପରିଶେଷରେ ଉଗ୍ରସେନଙ୍କ ରାଜ୍ୟଭିଷେକ ଦୃଶ୍ୟ ଅଭିନୀତ ହେବ । ଗତକାଲି କଂସଙ୍କ ଠାରୁ ମୁକ୍ତି ପାଇଁ କୃଷ୍ଣଙ୍କ ନିକଟରେ ଆକୁଳ ବିନତି କରିଥିଲେ ମଥୁରାବାସୀ । ଏଥିସହ କୁବଜା ଉଦ୍ଧାର, କଂସଙ୍କ ଦିଗବିଜୟ ଭ୍ରମଣ ଅଭୀନିତ ହୋଇଥିଲା । ଗତକାଲି ଧନୁଯାତ୍ରା ଦେଖିବାକୁ ବରଗଡରେ ପ୍ରବଳ ଜନସମାଗମ ହୋଇଥିଲା ।