ଧନୁଯାତ୍ରା ଦେଖିବାକୁ ବେନିଭାଇଙ୍କୁ ନିମନ୍ତ୍ରଣ କଲା କଂସ

ଓଡିଶା : ବିଶ୍ୱ ପ୍ରସିଦ୍ଧ ବରଗଡର ଧନୁଯାତ୍ରା କାହିଁ କେବେ ଠୁ ବେଶ ଚଚ୍ଚାରେ । କୋଭିଡ ମହାମାରୀ ପରେ ପୁଣି ଏବର୍ଷ ମଧ୍ୟ ଦର୍ଶକଙ୍କ ମନକୁ ମୋହିବ ଧନୁଯାତ୍ରା । ଯାତ୍ରା ଦେଖିବାକୁ ସାଧାରଣ ଲୋକଙ୍କ ଖୁବ ଭିଡ ଦେଖିବାକୁ ମିଳୁଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କଂସପୁରରେ ଚାଲିଛି ମହାରାଜା କଂସଙ୍କ ରାଜୁତି । ଆଜି ଅଷ୍ଟମ ଦିନରେ ବେନି ଭାଇ କୃଷ୍ଣ-ବଳରାମଙ୍କୁ ମାରିବାକୁ ଯୋଜନା କରି ନିମନ୍ତ୍ରଣ କରିଛି ମହାରାଜ କଂସ । ଚିଠା ନେଇ ଅକ୍ରୁରଙ୍କୁ ପଠାଇ କୃଷ୍ଣ-ବଳରାମଙ୍କୁ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି କଂସ ମହାରାଜ । ସପ୍ତମ ଦିନ ରଙ୍ଗମହଲରେ ବିଭିନ୍ନ ଅସୁରଙ୍କ ସହ ଆଲୋଚନା କରିବା ଓ ଏପଟେ ଗୋପପୁରରେ ରାଧା-କୃଷ୍ଣଙ୍କ ନାବକେଳି, ଗୋପୀ ମାନଙ୍କ ଦଧି ବିକା ଓ ନନ୍ଦ ଦରବାରର ଦୃଶ୍ୟ ଆଦିକୁ ଦେଖିବାକୁ ଦର୍ଶକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏବେ ବରଗଡରେ ଦେଖିବାକୁ ମିଳୁଛି ଉତ୍ସାହ ଉଲ୍ଲାସ । ଏହି ସବୁକୁ ଦେଖିବାକୁ ମୁଖ୍ୟ ଅତିଥି ଭାବେ ବିଧାୟକା, କ୍ରୀଡାବିତ ଓ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ରଙ୍ଗସଭାରେ ନୃତ୍ୟ ଗୀତ ସାଙ୍ଗକୁ ରାଜ୍ୟ ଅତିଥିଙ୍କୁ ସମ୍ମାନିତ କରିଛନ୍ତି ମହାରାଜ କଂସ । ଏବେ ଗୋପଲୀଳା ସାରି କୃଷ୍ଣ-ବଳରାମ କଂସପୁର ଯିବାର ଦୃଶ୍ୟ ଓ ଆଗକୁ ଅସୁର ଆଦି ମାରିବା ଦେଖିବାକୁ ଦର୍ଶକ ମାନେ ଖୁବ ଉତ୍ସାହିତ ଅଛନ୍ତି ।