ନୂଆଦିଲ୍ଲୀ:- ବହୁ ଚର୍ଚ୍ଚିତ ରେଣୁକାସ୍ବାମୀ ହତ୍ୟା ମାମଲାରେ କନ୍ନଡ ସୁପରଷ୍ଟାର ଦର୍ଶନ ଥୁଗୁଦୀପା ଗିରଫ । ସୁପ୍ରିମକୋର୍ଟ ଅଭିନେତା ଦର୍ଶନଙ୍କ ଜାମିନ ରଦ୍ଦ କରିବା ପରେ ଗିରଫ ନିର୍ଦ୍ଦେଶ ଦେଇଥିଲେ । ରେଣୁକାସ୍ବାମୀ ହତ୍ୟା କନ୍ନଡର ସୁପରଷ୍ଟାର ଦର୍ଶନଙ୍କୁ ଗିରଫ କରାଯାଇଛି । ସୁପ୍ରିମକୋର୍ଟ ଜାମିନ ରଦ୍ଦ କରିବା ପରେ କହିଥିଲେ, ହାଇକୋର୍ଟଙ୍କ ଆଦେଶ ଗମ୍ଭୀର ଆଇନଗତ ଦୁର୍ବଳତାକୁ ଦର୍ଶାଉଛି । ଦର୍ଶନଙ୍କୁ ଜାମିନ ଦେବାର କୌଣସି ବୈଧ କାରଣ ନାହିଁ । ତଥାପି ତାଙ୍କୁ ଜାମିନ ଦେଇ କର୍ଣ୍ଣାଟକ ହାଇକୋର୍ଟ ମନମୁଖୀ କାମ କରିଛନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଦର୍ଶନଙ୍କୁ ଜାମିନ ଦେବା ପାଗଳାମୀ ସହ ସମାନ ବୋଲି କହିବା ସହ ତୁରନ୍ତ ତାଙ୍କୁ ହେପାଜତକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ସୂଚନା ମୁତାବକ, ରେଣୁକାସ୍ବାମୀ ହତ୍ୟା ମାମଲାରେ ୨୦୨୪ ଜୁନ ୧୧ରେ ଗିରଫ ହୋଇଥିଲେ କନ୍ନଡ ସୁପରଷ୍ଟାର ଦର୍ଶନ । ସାତ ମାସ ଜେଲରେ ରହିବା ପରେ ୧୩ ଡିସେମ୍ବରରେ ତାଙ୍କୁ ଜାମିନ ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ । ତେବେ ଏହି ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ନିରାଧାର କହିଛନ୍ତି ସୁପ୍ରିମକୋର୍ଟ ।