ମାଲକାନଗିରି: କାଙ୍ଗୁରକୋଣ୍ଡା ପୋଲ ଉପରେ ୩ ଫୁଟ୍ର ବନ୍ୟାଜଳ । ଏନ୍ଏଚ୍ ୩୨୬ ଉପରେ ଥିବା କାଙ୍ଗୁରକୋଣ୍ଡା ପୋଲ ଉପରେ ବନ୍ୟାଜଳ । ମୋଟୁ ସହ ଆନ୍ଧ୍ର ଓ ତେଲାଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ । ବ୍ରିଜର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶହ ଶହ ଯାନବାହନ । ଯେଉଁଥିପାଇଁ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଅନ୍ୟପଟେ ରାଜ୍ୟରେ ଜାରି ରହିଛି ବର୍ଷା । ଲଘୁଚାପ ଯୋଗୁଁ ଆଜି ରାଜ୍ୟରେ ପ୍ରବଳ ବର୍ଷିବ । ସେପଟେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ନେବ ରୂପ । ପ୍ରଭାବରେ ଆଜି ୨୮ଟି ଜିଲ୍ଲାକୁ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଶେଷ କରି ଦକ୍ଷିଣ ଓଡ଼ିଶାର ଜିଲ୍ଲା କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷାର ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ସମ୍ଭାବନା ଥିବା କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ନବରଙ୍ଗପୁର ଓ ନୂଆପଡ଼ାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ବିଜୁଳି, ଘଡ଼ଘଡ଼ି ସମ୍ଭାବନା ପାଇଁ ୨୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।