ଝାରୁସୁଗୁଡା; ମହିଳାଙ୍କୁ ଲଣ୍ଡା କରି ୪ ଗିରଫ । କଙ୍ଗାରୁ କୋର୍ଟ ଦେଖିବାକୁ ମିଳିଛି । ମହିଳାଙ୍କୁ ଲଣ୍ଡା କରିଛନ୍ତି କିଛି ଲୋକେ । ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କଲା ପୋଲିସ । ନ୍ୟାୟ ଦାବିରେ ମାଆ ଓ ପୁଅ ଥାନାର ଦ୍ୱାରସ୍ଥ ହେବା ପରେ ୪ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଆଜିକାଲି ଦୁନିଆଁରେ ମଣିଷ ଭୁଲିଗଲାଣି ମାନବିକତା । ଛୋଟ କଥା ପାଇଁ ମହିଳାଙ୍କୁ କଲେ ଲଣ୍ଡା । ବାସନ୍ଦ ଭୟ ଦେଖାଇ ଖାସି ମାଂସ ଭୋଜି ଖାଇଲେ । କେବଳ ମହିଳାଙ୍କ ଭୁଲ ଥିଲା,ପାରିବାରିକ କଳହ ପାଇଁ ସ୍ୱାମୀ ଉପରୁ ହାତ ଉଠାଇଥିଲେ । ଯାହାର ପରିଣାମ ଥିଲା ଏମିତି । ଏଭଳି ଅମାନବିକତା ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଜାମମାଲ ପଞ୍ଚାୟତର ରାଉତବାହାଲ ଗ୍ରାମରେ । ମାଙ୍କର ଏଭଳି ଅବସ୍ଥା କଥା ଶୁଣି ତାମିଲନାଡୁରେ କାମ କରୁଥିବା ପୁଅ ଗାଁକୁ ଫେରି ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତିକରି ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ।