ଜିରୋ ଟୋଲରାନ୍ସ ନୀତି ଆପଣେଇଲେ କନ୍ଧମାଳ ବିଧାୟକ

କନ୍ଧମାଳ/ ବନବାସୀ ପ୍ରଧାନ : ପଞ୍ଚାୟତ ସମିତି ବୈଠକ ରେ ବର୍ଷିଲେ ବିଧାୟକ । ସରକାର ଜନସାଧାରଣଙ୍କୁ ଯୋଗାଉଥିବା ମୈ÷ାଳିକ ସେବା କ୍ଷେତ୍ରରେ ସ୍ୁଚ୍ଚତା ଆଣିବେ ବିଧାୟକ । ବିଭିନ୍ନ ଅଧିକାରୀଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ପରାମର୍ଶ ଦେଲେ ବିଧାୟକ । କନ୍ଧମାଳ ଜିଲ୍ଲାର କନୂଆ ଗ୍ରାମର ବ୍ଲକ କାର୍ଯ୍ୟାଳୟରେ ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର,ବ୍ଳକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା,ଜିଲ୍ଲାପରିଷଦ ଅନିତା ମଲିକ,ବ୍ଳକ ଉପାଧ୍ୟକ୍ଷ ଧବଳେଶ୍ବର ପାତ୍ର,ସାଂସଦ ପ୍ରତିନିଧି ସହଦେବ ପାତ୍ର,ବିଡିଓ ସରୋଜ ଚନ୍ଦ୍ର ପାତ୍ର ଯୋଗଦାନ କରିଥିଲେ । ସମସ୍ତ ପଞ୍ଚାୟତରୁ ବୈଠକକୁ ଆସିଥିବା ପ୍ରତିନିଧି ମାନଙ୍କ ପ୍ରଶ୍ନ ଶୁଣିବା ସହିତ ସମସ୍ୟାର ସମାଧାନ ପାଇଁ ଅଧିକାରୀ ମାନଙ୍କୁ କହିଥିଲେ । ଏହି ବୈ÷ଠକରେ ଶିକ୍ଷା,ସ୍ୁାସ୍ଥ୍ୟ ଓ ଗମାନାଗମନ ପ୍ରସଙ୍ଗ ଉପରେ ବିସ୍ତୁତ ଆଲୋଚନା କରାଯାଇଥିଲା । ଏଥିରେ ସ୍ୁଚ୍ଚତା ଆଣିବା ପାଇଁ ବିଭିନ୍ନ ପଦାଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏବଂ ଏହି ସବୁ କ୍ଷେତ୍ରରେ ସଠିକ୍ ଭାବେ କଣ ପାଇଁ କାର୍ଯ୍ୟକାରୀ କରାଯାଉନି ବୋଲି ବିଇଓ ପ୍ରମୋଦ ମଲିକଙ୍କ ଙ୍କୁ ପ୍ରଶ୍ନ କରିଥିଲେ ବିଧାୟକ । ଶିକ୍ଷକ ମାନେ ସ୍କୁଲକୁ ବିଳମ୍ବରେ ଯିବା ଓ କିଛି ସ୍କୁଲରେ ପାଠ ପଢାରେ ଅନିୟମିତତା ପ୍ରଦର୍ଶନ କରିବା ସର୍ତ୍ତେ ବି କଣ ପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ବୋଲି ପ୍ରଶ୍ନ କରିଥିଲେ ବିଧାୟକ । ଆଦିବାସୀ ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲରେ ରହୁଥିବା ଛାତ୍ର,ଛାତ୍ରୀମାନଙ୍କୁ ସରକାରଙ୍କ ବିଭିନ୍ନ ସାମଗ୍ରୀ ତଥା ସାବୁନ,ତେଲ,ବ୍ରସ,ପେଷ୍ଟ ଆଦି ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣି ଡଋଙ ଙ୍କ ଉପରେ ବର୍ଷିଥିଲେ ବିଧାୟକ । ହଷ୍ଟେଲ ଗୁଡିକରେ ରହୁଥିବା ଛାତ୍ର,ଛାତ୍ରୀମାନଙ୍କୁ ଉତ୍ତମ ଖାଦ୍ୟ,ପୋଷାକ ଓ ସବୁଦିନିଆ ସମଗ୍ରୀଗୁଡିକୁ ଠିକ୍ ସେ ପ୍ରଦାନ କରିବା ପାଇଁ ଡଋଙ ଙ୍କୁ କହିଥିଲେ । ଏହି ବୈଠକରେ ସମସ୍ତ ପଞ୍ଚାୟତର ସମିତି ସଭ୍ୟ,ସଭ୍ୟା ,ସରପଞ୍ଚ,ଓ୍ବାଡମେମ୍ବର ମାନେ ଯୋଗ ଦେଇଥିଲେ । ଏଥି ସହିତ ବ୍ଳକର ଏଇ,ଜେଇ ସମେତ ପ୍ରତ୍ୟେକ ସ୍ତରର ଅଧିକାରୀ ଓ ଅଧିକାରିଣୀ ମାନେ ଉପସ୍ଥିତ ଥିଲେ । ବୈଠକରେ ଯୋଗଦାନ କରିଥିବା ସମସ୍ତ ଅଧିକାରୀ ମାନେ ତାଙ୍କ କାମକୁ ଠିକ୍ ରେ ପରିଚାଳିତ କରିବା ସହିତ ଜନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ସମସ୍ତ ଦିଗ ଉପରେ ଧ୍ୟାନ ଦେବାକୁ ପରାର୍ମଶ ଦେଇଛନ୍ତି ।