( ବନବାସୀ ପ୍ରଧାନ /କନ୍ଧମାଳ): ବାଲିଗୁଡା ତହସିଲଦାର ଜବତ କଲେ ପାଞ୍ଚୋଟି ବାଲି,ପଥର ବୋଝେଇ ଟ୍ରାକ୍ଟର । ଜବତ ହୋଇଥିବା ଟ୍ରାକ୍ଟର ମାଲିକଙ୍କ ଠାରୁ ଗାଡି ପ୍ରତି ୫୦୦୦ ହଜାର ଟଙ୍କା ଫାଇନ କଟାଯାଇଛି । ଏହି କରୋନା ମହାମାରି ସମୟରେ ଦୁଦ୍ଦିନରେ ଥିବା ଟ୍ରାକ୍ଟର ମାଲିକଙ୍କୁ ଏକା ଥରକେ ପାଞ୍ଚହଜାର ଟଙ୍କା ଦେବା କଷ୍ଟ ଦାୟକ ବୋଲି ଅଭିଯୋଗ ହୋଇଛି ।ଘଟଣା ପ୍ରକାଶ ଥାଉକି, ନଦିରୁ ବାଲି ଉଠାଇବା ପାଇଁ ଆଜିକୁ ଏକବର୍ଷ ହେବ ଟେଣ୍ଡର ହୋଇଥିଲେ ମଧ୍ୟ ପରବତ୍ତୀ ସମୟରେ ଏହାକୁ କ୍ୟାନ୍ସିଲ କରାଯାଇଥିବା ଅଭିଯୋଗ ହୋଇଛି । ଯାହା ଫଳରେ କି ବାଲି ଟ୍ରାକ୍ଟର ପ୍ରତି କୈଣସି ରୟାଲିଟ କଟାଯାଉ ନାହିଁ ।ମନଇଛା ଟ୍ରାକ୍ଟର ଜବତ କରାଯାଇ ମୋଟ ଅଙ୍କର ଫାଇନ କଟାଯାଉଥିବା ଅଭିଯୋଗ ହୋଇଛି ।ଏହି ବିଷୟରେ ତହସିଲଦାର ଶଶାଙ୍କ ପାତ୍ରଙ୍କ ପ୍ରତିକ୍ରିୟା ଦେବାକୁ ମନାକରିଥିଲେ ।