ଆବଶ୍ୟକ ସାମଗ୍ରୀ: ଇଲିସି ମାଛ, କଟା ପିଆଜ, କଟା ଟମାଟୋ, କଞ୍ଚା ଲଙ୍କା, କଟା ରସୁଣ, ଅଦା ଓ ରସୁଣ ପେଷ୍ଟ, ବଟା ସୋରିଷ, ସୋରିଷ ତେଲ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ଓ କରି ପାଉଡର ।
ପ୍ରଣାଳୀ: ପ୍ରଥମେ ଇଲିସି ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ । ତା’ପରେ ସେଥିରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଗୋଳାଇ ରଖି ଦିଅନ୍ତୁ । କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ । ସେଥିରେ କଞ୍ଚା ପିଆଜ ପକାଇ ଭାଜନ୍ତୁ । ପିଆଜ ଲାଲ ହେବା ପରେ ଅଦା ଓ ରସୁଣ ପେଷ୍ଟ ଦିଅନ୍ତୁ । ତା’ସହିତ ଛୋଟ ଛୋଟ ଖଣ୍ଡରେ କଟା ହୋଇଥିବା ରସୁଣ ପକାନ୍ତୁ । ଏହା ତରକାରୀର ସ୍ୱାଦକୁ ବଢ଼ାଇଥାଏ । ଟମାଟୋ ଓ କରି ପାଉଡର ପକାଇ ମସଲାକୁ କଷନ୍ତୁ । ମସଲା କଷି ହେବା ପରେ ବଟା ସୋରିଷ ପକାଇ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ । ଏହା ଫୁଟିବା ପରେ କଞ୍ଚା ଇଲିସି ମାଛକୁ ସେଥିରେ ପକାନ୍ତୁ ଓ କଡ଼େଇକୁ ଘୋଡ଼ାଇ ଦିଅନ୍ତୁ । ସ୍ୱାଦ ଅନୁସାରେ ଆପଣ ଏଥିରେ ଲୁଣ ପକାଇ ପାରିବେ । ମାଛ ସିଝିଯିବା ପରେ ସେଥିରେ ଡାଲଚିନ ଗୁଣ୍ଡ, ଧନିଆ ପତ୍ର ପକାନ୍ତୁ ଏବଂ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ ।
ପ୍ରସ୍ତୁତ ହୋଇଗଲା କଞ୍ଚା ଇଲିସି ମାଛ ବେସର |