ବ୍ରହ୍ମକମଳ ଦେଖିବାକୁ ଭିଡ଼

ସାଲେପୁର/ତାରାକାନ୍ତ ନାୟକ: ବ୍ରହ୍ମ କମଳ ବ୍ରହ୍ମାଙ୍କ ଦ୍ଵାରା ସୃଷ୍ଟି ବୋଲି ପୌରାଣିକ ମତ ରହିଛି । ରାତିରେ ଏହି ଫୁଲ ଫୁଟି ଦିନରେ ମଉଳି ଯାଏ। ଏହି ଧଳା ରଙ୍ଗର ଫୁଲଟି ପ୍ରଭୁ ନାରାୟଣଙ୍କ ଭାରି ପ୍ରିୟ। ଆଜି କଟକ ଜିଲ୍ଲା ସାଲେପୁର ବ୍ଲକ୍ ଚନ୍ଦ୍ରାଦେଇପୂର ପଞ୍ଚାୟତ ଥାନା ରୋଡରେ ରହୁଥିବା ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଅଜୟ କୁମାର ବେହେରାଙ୍କ ବଗିଚାରେ। ପ୍ରାୟ ୨ ବର୍ଷ ହେବ ଶ୍ରୀ ବେହେରା ଏହି ଫୁଲ ଗଛଟିକୁ ବେସ ଯତ୍ନ ସହକାରେ ରଖିଥିଲେ। ସେହି ଗଛରେ ୨ଟି ଫୁଲ ଫୁଟି ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଫୁଲକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଅର୍ପଣ କରାଯାଇଛି ।