ବାଇକ କୁ ପଛ ପଟୁ ଧକ୍କା ଦେଲା କାର, ଜଣେ ମୃତ

(ସର୍ବେଶ୍ୱର ପାତ୍ର) : ଆଜି ସକାଳେ ଢେଙ୍କନାଳ ଜିଲ୍ଲା କଙ୍କଡାହାଡ ଥାନା କୀର୍ତନପୁର ଠାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକକୁ କାର ପଛ ପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ କଙ୍କଡାହାଡ ଥାନା କନ୍ଧରା ଗ୍ରାମର ଭରତ ସିଂ ବୋଲି ଜଣାପଡିଛି । ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।