ପିଡିଏସ ଡିଲରକୁ କାଟିବାକୁ ନେଇ ଆନ୍ଦୋଳନ ନିଷ୍ପତି

( ସର୍ବେଶ୍ୱର ପାତ୍ର) : ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତର ଜୟପୁର ଗ୍ରାମରେ ପିଡିଏସ ସାମଗ୍ରୀ ବଣ୍ଟନ ପାଇଁ ନୂତନ ଡିଲରକୁ କାଟିବାକୁ ନେଇ ଗତକାଲି ଗ୍ରାମରେ ଆନ୍ଦୋଳନ ପାଇଁ ନିଷ୍ପତି ନେଇଛନ୍ତି । ଏହି ଗ୍ରାମଟି ପଞ୍ଚାୟତ ଠାରୁ ୮କିମି ଦୂରରେ ଅବସ୍ଥିତ । ଗ୍ରାମବାସୀ ପଞ୍ଚାୟତ କାର୍ୟ୍ୟାଳୟ ନିକଟସ୍ଥ ଭୂଷଳ ଗ୍ରାମରୁ ପ୍ରତ୍ୟେକ ମାସରେ ପିଡିଏସ ସିମଗ୍ରୀ ଆଣିବାକୁ ଯାଉଥିଲେ। ବର୍ଷାଦିନ ଆସିଲେ ବ୍ରାହ୍ମଣୀ ନଦୀ ଫୁଲିଉଠେ । ଫଳରେ ଅଞ୍ଚଳବାସୀଙ୍କ ଗମନାଗମନ ବନ୍ଦ ହୋଇଯାଇଥିବା ବେଳେ ଅଞ୍ଚଳବାସୀ ପିଡିଏସ ସିମଗ୍ରୀ ଆଣିବାକୁ ବଞ୍ଚିତ ହୋଇଥାନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ପ୍ରୟାସ ରେ ନୂତନ ଡିଲର ନିଯୁକ୍ତି କରାଯାଇଥିଲା । କେତେକ କୁଚକ୍ରୀ ବ୍ୟକ୍ତି ହିତାଧିକାରୀ ଙ୍କ ଠାରୁ ମିଥ୍ୟା ଦସ୍ତଖତ ନେଇ ନୂତନ ଡିଲରକୁ ବନ୍ଦ କରିଦେଇଥିଲେ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେପରେ ଗ୍ରାମବାସୀମାନେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବିଡିଓ ଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଗତକାଲି ପ୍ରଶାସନିକ ଅଧିକାରୀ ମାନେ ପହଂଚି ସମାଧାନ କରିଵା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବହୁବାର ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଯଦି ଆଗିମୀ ୩ଦିନ ମଧ୍ୟରେ ଏହାର ସମାଧାନ ନକରାଯାଏ ୍ୱଵ୍ଲକ କାର୍ୟ୍ୟାଳୟ ଘେରାଉ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଗ୍ରାମବାସୀ। ଏହି ଗ୍ରାମରେ ଶତକଡା ୯୦ଭାଗଲୋକ ପଛୁଆ ବର୍ଗ ଲୋକ ବସବାସ କରନ୍ତି । ସରକାରଙ୍କ ଯୋଜନା ଓ ସହଯୋଗ ପଛୂଆ ଅଞ୍ଚଳକୁ ଅଧିକ ଗୁରୁତ ଦିଆଯାଇଥିବାବେଳେ ଏହି ଅଞ୍ଚଳ ସୁବିଧାରୁ ଅଣଦେଖା ପରିଲିକ୍ଷିତ ହେଉଛି। ଏସମ୍ପର୍କରେ ବିଡିଓ ବସନ୍ତ କୁମାର ମାଝୀଙ୍କୁ ପଚାରିବାରୁ ସେ କହିଥିଲେ ଅଭିଯୋଗ ହୋଇଛି ତଦନ୍ତ କରି ପଦକ୍ଷେପ ନିଆଯିବ।