ଆଳତୁମା ଓ ଇନ୍ଦିପୁର ଗ୍ରାମରେ ଜନଶୁଣାଣି

( ସର୍ବେଶ୍ୱର ପାତ୍ର) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜାତୀୟ ରାଜପଥ ୫୩ନମ୍ବର ବାଇପାସ ରାସ୍ତା ପାଇଁ ଜନ ଶୁଣାନି ଆଳତୁମା ଓ ଇନ୍ଦିପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଆଳତୁମା ଗାଁ ଠାରେ କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ୟ୍ୟଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ଗ୍ରାମସଭା ଜନଶୁଣାଣୀ ରେ ଗ୍ରାମର ଜମି ପ୍ରଜା ତହସିଲଦାର ସରୋଜ ସ୍ଵାଇଁ,କାମାକ୍ଷାନଗର ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା ଓ ପୁର୍ତ ବିଭାଗ ସହକାରୀ ଜନ୍ତ୍ରୀ ପ୍ରତାପ କୁମାର ହରିପାଳ,ବାଇଶିଙ୍ଘା ସରପଞ୍ଚ କମଳିନୀ ଦେହୁରୀ, ସମିତି ସଭ୍ୟା ରଶ୍ମିତା ନାୟକ,ସହକାରୀ ଜନ୍ତ୍ରୀ ଦିପ୍ତିମୋହନ ମଲ୍ଲିକ,ସର୍ବେକ୍ଷଣ ସଂସ୍ଥାର ସମ୍ପାଦକ ଆଶୋକ କୁମାର ନାୟକ, ବରିଷ୍ଠ କ୍ଷେତ୍ର ପର୍ଜ୍ୟବେକ୍ଷକ ବ୍ରଜବିହାରୀ ମିଶ୍ର,ସଞ୍ଜୁଜକ ରାଜେନ୍ଦ୍ରପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଜି କାମାକ୍ଷାନାଗର ଏନଏସି ରେକୁଳା ଠାରେ ଗ୍ରାମସଭା କରଯାଇଥିଲା ଏଠାରେ କାମାକ୍ଷାନଗର ଅତିରିକ୍ତ ତହସିଲଦାର ଅଭିମନୁକାବ୍ୟ ଶତପଥୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ଲୋକମାନେ ସେମାନଙ୍କର ଦାବି ଆପତି ଜଣାଇଥିଲେ ।ରେକୁଳା ଗାଁର କିଛି ଅନ୍ୟ ଠାରୁ ଜମି କିଣିଥିଲେ ମଧ୍ୟ ଜମି ପଟା ହୋଇନାହିଁ ସେନେଇ ଅଭିଯୋଗ ଆସିଥିଲା ଅତିରିକ୍ତ ତହସିଲଦାର କହିଲେ ଏହା ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ।