ଛୁଟିରେ ଯିବେ ଡିପ୍ଲୋମା ଇଞ୍ଜିନିୟର

( ସର୍ବେଶ୍ୱର ପାତ୍ର) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଡିପ୍ଲୋମା ଇଞ୍ଜିନିୟର ସଂଘର ର ୯ଦଫା ଦାବିରେ ଜିରିଡାମାଳୀ ଠାରେ ଏକ ବୈଠକ କରାଯାଇଛି ।ସେଠାରେ ଉପଖଣ୍ଡ ସଭାପତି ନିରୋଜ କିଶୋର ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ସରକାର ରାଜ୍ୟର ୮ହଜାର ୫ସହ ଡିପ୍ଲୋମା ଇଞ୍ଜିନିୟର ଙ୍କ ପ୍ରତି ଅବହେଳା କରୁଛନ୍ତି ସେମାନେ ପୂର୍ଣ ମାତ୍ରାରେ କାର୍ୟ୍ୟ କରୁଥିବା ବେଳେ ଆଜି ବି ତାଙ୍କୁ ନିୟମିତ କରାଯାଉନାହିଁ କି ଦରମା ମଧ୍ୟ ବୃଦ୍ଧି କରାଯାଇନାହିଁ ବୋଲି ଆଲୋଚନା କରାଯାଇଥିଲା । ଡିପ୍ଲୋମା ଇଞ୍ଜିନିୟର ପଦୋନ୍ନିତ ୩୩ ପ୍ରତିଶତ ବଦଳରେ ୫୦ପ୍ରତିଶତ,୩୧୪କନିଷ୍ଟ ଜନ୍ତ୍ରୀଙ୍କୁ ନିୟମିତ,ରାଜ୍ୟ ସରକାରଙ୍କର ଅଧୀନରେ ବିଭିନ୍ନ ବିଭାଗରେ ଡିପ୍ଲୋମା ଇଞ୍ଜିନିୟର କୁ ଏକକ କ୍ୟାଡର ରୁଲରେ ରଖାଯାଉ ଆଦି ଦାବି ନେଇ କରିଥିଲେ ।ଏହାକୁ ନେଇ ଆଗାମୀ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୩୧ଯାଏ ସମୂହ ଛୁଟିରେ ଯିବା ନିଷ୍ପତ୍ତି ନେଇଛନ୍ତି ।ଏଠାରେ ପ୍ରମୋଦ ସ୍ଵାଇଁ,କମଳଲୋଚନ ତରାଇ, ଅକ୍ଷୟ କୁମାର ପରିଡା, ସୁନାରାମ ମୁର୍ମୁ , ବସନ୍ତ କୁମାର ଦାସ, ସୁଶାନ୍ତ ସିଂହ, ଦିଲୀପ ସେଠୀ, କିଶାନ ରାଉତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।