ଖୋର୍ଦ୍ଧା:ପଦ୍ମ ଛାଡିଲେ କାଳୁ । ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ମଧ୍ୟ ଖୋର୍ଦ୍ଧା ବିଜେପିରୁ ଅନେକ କର୍ମକର୍ତ୍ତା ମଧ୍ୟ ଇସ୍ତଫା ଦେଇଥିବା କୁହାଯାଉଛି । ସୂଚନା ଅନୁଯାୟୀ , ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ଟିକେଟ ଘୋଷଣା ପରେ ଅସନ୍ତୁଷ୍ଟ ଥିଲେ କାଳୁଚରଣ । କିଛି ଦିନ ପୂର୍ବରୁ ତାଙ୍କୁ ଟିକେଟ ମିଳିବା ନେଇ ସେ ସୁନିଶ୍ଚିତ ଥିବା ଗଣମାଧ୍ୟମରେ ପ୍ରକାଶ କରିଥିଲେ । କିନ୍ତୁ ଖୋର୍ଦ୍ଧାରୁ ପ୍ରାର୍ଥୀ ଘୋଷଣା ପରେ କାଳୁ ଅସନ୍ତୁଷ୍ଟ ହୋଇଛନ୍ତି । ସେ ଗତ ଥର ଖୋର୍ଦ୍ଧା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢି ବହୁ କମ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ । ଆଜି ବହୁ ବାଦ ବିବାଦ ପରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି ।