ରାଜଧାନୀ ଉପକଣ୍ଠରୁ କଲରାପତରିଆ ବାଘ ଛାଲ ଜବତ

ଭୁବନେଶ୍ୱର : ବୌଦ୍ଧରେ ଶିକାର ରାଜଧାନୀରେ ଡିଲ୍ । ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ । ରାଜଧାନୀ ଉପକଣ୍ଠରୁ କଲରାପତରିଆ ବାଘ ଛାଲ ଜବତ । ତମଣ୍ଡୋ କାଶିପୁର ମୌଜା ବଳିଆପଡା ଗାଁ ଖେଳ ପଡିଆ ପାଖରୁ ଜବତ ହୋଇଥିବା କୁହାଯାଉଛି ।ତେବେ ଏହି ଘଟଣାରେ ୭ ଜଣ ଶିକାରୀକୁ ଗିରଫ କରାଯାଇଛି। ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା ନଗର ବନଖଣ୍ଡ। ପ୍ରଥମେ ୪ ଜଣ ଓ ପରେ ୩ ଜଣଙ୍କୁ ଗିରଫ କରାଯିବା ସହ ଛାନବିନ୍ ଜାରି ରହିଛି।