ରାଜ୍ୟ ସରକାରଙ୍କ ଘୋଷଣା : ଆସନ୍ତା କାଲି ଚାଷୀଙ୍କ ଖାତାକୁ ଯିବ କାଳିଆ ଯୋଜନା ଟଙ୍କା

ଭୁବନେଶ୍ୱର : କୃଷକଙ୍କ ଜୀବିକା ଓ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଏଥିରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା କାଳିଆ ଯୋଜନା ଟଙ୍କା ସିଧାସଳଖ ଚାଷୀଙ୍କ ଖାତାକୁ ଆସିବ ବୋଲି କୁହାଯାଇଛି । ଆସନ୍ତା କାଲି ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଉପକୃତ କରାଇବେ ରାଜ୍ୟ ସରକାର । ଏହାଦ୍ବାରା ୪୦ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଲାଭ ପାଇବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ କାଳିଆ ଟଙ୍କା ପଠାଇବେ ବୋଲି ସୂଚନା ମିଳିଛି।

୨୦୧୯ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିଲା ଏହି କାଳିଆ ଯୋଜନା । ଆଉ ଏହାର ଶେଷ ଅବଧି ଥିଲା ୨୦୨୨ ମାର୍ଚ୍ଚ ୩୧ ତାରିଖ । ହେଲେ ଏହାକୁ ବଦଳାଇବା ପାଇଁ ରାଜ୍ୟ ସରକାର ପୁନଃ ନିଷ୍ପତ୍ତି ନେଇ ୩ ବର୍ଷ ପର୍ଯ୍ୟନ୍ତ ଏହାର ଅବଦ୍ଧି ବଢାଇ ଦେଇଥିଲେ ଓ ଦୁଇଟି ପ୍ରର୍ଯ୍ୟାୟ ଅର୍ଥାତ ଅକ୍ଷୟ ତୃତୀୟା ଏବଂ ନୂଆଖାଇରେ ଚାଷୀଙ୍କ ଆକାଉଣ୍ଟକୁ ଦୁଇ ହଜାର ଟଙ୍କା ଲେଖାଏଁ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।