ପାରଳାଖେମୁଣ୍ଡି ନେହେରୁ ଛକଠାରେ ମାଆ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ

ଗଜପତି/ ବିବେକାନନ୍ଦ ବେହେରା: କାଳୀପୂଜା ପାଇଁ ଏବେ ଉତ୍ସବ ମୁଖର ଗାଁଠୁ ସହର । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ନେହେରୁ ଛକ ଠାରେ ମାଆ ଶ୍ୟାମାକାଳୀ ପୂଜା ଆରମ୍ଭ ହୋଇଯାଇଛି। ଏହି ପୂଜା ଦୀର୍ଘ ୪୬ ବର୍ଷ ହେଲା ଅନୁଷ୍ଠିତ ହେଉଛି। ଶ୍ୟାମାକାଳୀ ପୂଜା ଦୀପାବଳି ଠାରୁ ଆରମ୍ଭ ହୋଇ ପ୍ରୀୟ ୧୧ ଦିନ ପର୍ଯ୍ୟନ୍ତ ଚାଲିଥାଏ।

ଏହି ପୂଜା ସହରର ଏକମାତ୍ର ସ୍ଥାନ ନେହେରୁ ଛକଠାରେ ବେଶ୍ ଧୁମଧାମରେ ପାଳିତ ହେବାର ଦେଖିବାକୁ ମିଳିଥାଏ ସନ୍ଧ୍ୟାରେ  ମାଆଙ୍କ  ଆଳତୀ ଦର୍ଶନ ପାଇଁ ବହୁ ଭକ୍ତଙ୍କ ସମାବେଶ ହୋଇଥାଏ । ଏଥିସହ ପୂଜା ଉପଲକ୍ଷେ ବିଭିନ୍ନ ସଂ।ସ୍କୃତିକ କାର୍ଯ୍ୟକ୍ରମ  ରହି ଥିବାର ଜଣା ପଡିଛି ।