ଗୁଣୁପୁର / ଦୀପକ କୁମାର ପଣ୍ଡା :ରାୟଗଡ଼ା ଜିଲ୍ଲା ଗୁଣୁପୁର ସହରରେ ଥିବା ନବନିର୍ମିତ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ଅବସରରେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ରାୟଗଡ଼ା ଜିଲ୍ଲା ର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ ଭକ୍ତ ଆସି ଏହି କଳସ ଯାତ୍ରା ରେ ଯୋଗଦେଇଥିଲ । ନବନିର୍ମିତ ଶ୍ରୀ ଗୁଣ୍ଡିଚା ମନ୍ଦିର ରୁ ଏହି କଳସ ଯାତ୍ରା ବାହାରି ଗୁଣପୁର ବଂଶଧାରା ନଦୀରୁ ଗଙ୍ଗା ଜଳ ଆଣି ଭକ୍ତ ମାନେ ଭଗବାନଙ୍କ ନାମ, ସଙ୍କୀର୍ତ୍ତନ କରି ନବନିର୍ମିତ ମନ୍ଦିର ଠାରେ ପହଞ୍ଚିଥିଲେ। ଏହି ପ୍ରତିଷ୍ଠା ଉତ୍ସବ ଟି ତିନି ଦିନ ଧରି ଚାଲୁରହିବ। ଭକ୍ତ ମାନଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ର ବ୍ୟବସ୍ଥା ରହଥିବାବେଳେ। ତିନିଦିନ ଧରି ପୂଜକ ମାନଙ୍କ ଦ୍ବାରା ନିତିକ୍ରାନ୍ତି ଅନୁଯାଇ ପୂଜାଅର୍ଚ୍ଚନା ଲଗିରହିବ।