ନିଆଳୀ କସର୍ଦ୍ଦା ଦୋପଟି ମେଳନ ପଡ଼ିଆରେ ଆରମ୍ଭ ହେଇଛି ଶ୍ରୀ ଜଗନ୍ନାଥ ମହୋତ୍ସବ। ଏହି ଅବସରରେ ଅଞ୍ଚଳରେ ୧୧୦୦ ମହିଳା କଳସ ବୁଡାଇ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରାରେ ଦୀପଞ୍ଚଳ ତଥା ନିଆଳୀ ନିର୍ବାଚନ ମଣ୍ଡଳୀର ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ସମେତ ସାଧାରଣ ଜନତା ବହୁ ସଂଖ୍ୟାରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ଅଞ୍ଚଳ | ଏହି ଜଗନ୍ନାଥ ମହୋତ୍ସବ ସଭାପତି ନିଆଳୀ ବିଧାୟକ ଛବି ମଲ୍ଲିକ ଶୋଭାଯାତ୍ରାରେ ସାମିଲ ହୋଇ ଭାବବିହ୍ଵଳ ପୂର୍ଣ୍ଣ ନୃତ୍ୟ ସଂକିର୍ତ୍ତନରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।
ହଜାର ହଜାର ସଂଖ୍ୟାରେ ସାଦ୍ଧୁ ସନ୍ଥମାନେ ମଧ୍ୟ ଏଥରେ ସାମିଲ ହୋଇଥିଲେ। ପଞ୍ଚଦିନ ବ୍ୟାପି ହେବାକୁ ଥିବା ଏହି ଜଗନ୍ନାଥ ମହୋତ୍ସବରେ ଜଗନ୍ନାଥଙ୍କର ୨୪ ବେଶ ଓ ନିଳମାଧବଙ୍କ ୧୦ ବେଶ ସହିତ ୫୬ ଭୋଗ ଏଠାର ପ୍ରଦର୍ଶିତ ହେବ । ଓଡ଼ିଶାରୁ ବହୁ ସାନ୍ଧୁ ସନ୍ଥ ଏଠାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି | ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷ ବ୍ୟବସ୍ଥା କରାଯିବା ସହ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ସମସ୍ତ ପଦକ୍ଷପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଆୟୋଜକ । ପାଞ୍ଚଦିନ ବ୍ୟାପି ଏହି ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ନିଆଳୀ ଅଞ୍ଚଳ ସହିତ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି !