କଲମୀ କବାବ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଏକ ପାତ୍ରରେ ଦହି , ଅଦା ଓ ରସୁଣ ବଟା , ଲେମ୍ବୁ ରସ , ହଳଦୀ ଏବଂ କାଜୁ ଗୁଣ୍ଡ ପକାନ୍ତୁ । ଏହାପରେ ଗୁଜୁରାତି ଗୁଣ୍ଡ , ଖଣ୍ଡ ଖଣ୍ଡ ହୋଇଥିବା ଗାଲମରିଚ , ଜୁଆଣି , ଲୁଣ ଏବଂ କିଛି କ୍ରିମ ପକାଇ ଭଲ ଭାବରେ ମିଶାନ୍ତୁ । ଏହାପରେ ଚିକେନ ମିଶାଇ ଫ୍ରିଜରେ ୧୪ ଘଂଟା ରଖନ୍ତୁ । ଯଦି ତତକ୍ଷଣାତ କରିବାକୁ ଚାହୁଁଛନ୍ତି ତେବେ ଅଧ ଘଂଟା ବା ୧ ଘଂଟା ମ୍ୟାରିନଟ କରି ରଖନ୍ତୁ । ଏବେ ତାୱା ଗରମ କରନ୍ତୁ ଏବଂ ଚିକନ ରଖନ୍ତୁ ।  ଦୁଇ ପାଶ୍ୱର୍କୁ ଓଲଟାଇ ଗୋଲଡ଼େନ ରଙ୍ଗ ହେବା ପରେ ବାହାର କରନ୍ତୁ । ପ୍ରସ୍ତୁତ ହୋଇଗଲା କଲମୀ କବାବ । ଏହାକୁ କଟା ପିଆଜ ଏବଂ ପୋଦିନା ଚଟଣୀ ସହିତ ପରଷନ୍ତୁ ।