ବିଷାକ୍ତ ସର୍ପଘାତରେ ଯୁବକର ମୃତ୍ୟୁ

(ଗୋଲାପ ସାହୁ/ କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚୟତ କୁମୁଡ଼ାମୁଣ୍ଡା ଗାଁର ଧନବଲ ପୁଝାରି ଙ୍କ ପୁଅ ଗୌତମ ପୁଝାରି (ପିଣ୍ଟୁ) ଗତକାଲି ନିଜ ଘର ଛାତ ଉପରେ ଖପର ସଜାଡୁଥିବା ସମୟରେ ଏକ ବିଷାକ୍ତ ସାପ ଦଂଶନ ରେ ଗୁରୁତର ହେବା ପରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଡାକ୍ତରଖାନା ବଦଳ ରେ ଜଣେ ଗୁଣିଆ ଠାରେ ଝାଡ଼ାଫୁଙ୍କ କରିଥିଲେ ତେବେ ଅବସ୍ଥାରେ କିଛି ସୁଧାର ନ ହେବାରୁ କୋକସରା ହସ୍ପିଟାଲ କୁ ନେଇଥଲେ ତେବେ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ କୁ ରେଫର କରିଥିଲେ ତେବେ ଚିକିତ୍ସାଧୀନ ଅବସ୍ଥାରେ ଯୁବକ ର ମୃତ୍ୟୁ ହୋଇଥିବା ଜଣାପଡିଛି ।