କବୀର ସିଂରେ ଏପରି ରହିବ ସାହିଦଙ୍କ ଲୁକ, ଦେଖନ୍ତୁ ଭାଇରାଲ ଫଟୋ

(ଋିପୋର୍ଟସ ଟୁଡେ) ଅର୍ଜୁନ ରେଡ୍ଡୀର ହିନ୍ଦୀ ରିମେକ୍ ଫିଲ୍ମ କବୀର ସିଂ ‘ରେ ସାହିଦ କପୁରଙ୍କ ଲୁକ୍ ସୋସିଆଲ ମିଡିଆରେ ଲିକ ହୋଇଯାଇଛି । ସାହିଦ କପୁରଙ୍କ ଏକ ଫ୍ୟାନ୍ ପେଜରେ ଏହି ଫଟୋକୁ ପୋଷ୍ଟ କରାଯାଇଛି । ଫଟୋରେ ସାହିଦ ଜିନ୍ସ ପିନ୍ଧିବା ସହ ହୱାଇ ଚପଲ ପିନ୍ଧିଛନ୍ତି । ଏହା ସହ ସେ ଚୁଟି ଓ ଦାଢୀ ବଢାଇଥିବାର ମଧ୍ୟ ଦେଖିବାକୁ ମିଳିଛି । ନିକଟରେ ସାହିଦ କହିଥିଲେ ଯେ ସେ ଏବେ ଦାଢି ବଢାଉଛନ୍ତି । କାରଣ ଏହାର ଓରଜିନାଲ ଫିଲ୍ମରେ ବିଜୟଦେବରାକୋଣ୍ଡା ମଧ୍ୟ ଦାଢିରେ ନଜର ଆସିଥିଲେ । ଫିଲ୍ମ ପାଇଁ ସାହିଦ କେବଳଯେ ଦାଢି ବଢାଇଛନ୍ତି ତାହା ନୁହଁ ସେ ନିଜ ଫିଜିକରେ ମଧ୍ୟ ପରିବର୍ତ୍ତନ କରାଇଛନ୍ତି । ଫଟୋରେ ସ୍ପଷ୍ଟ ଜଣାପଡୁଛି ଯେ ଫିଲ୍ମ ପାଇଁ ସାହିଦ ନିଜ ମସଲ୍ସ କମାଇଛନ୍ତି । ଏହି ଫିଲ୍ମରେ ସାହିଦଙ୍କ ବିପକ୍ଷରେ କିଆରା ଆଡଭାନୀ ଲିଡ୍ ରୋଲରେ ନଜର ଆସିବେ । ତେବେ ଏହି ଫିଲ୍ମଟି ଦର୍ଶକଙ୍କୁ କେତେ ମାତ୍ରାରେ ପସନ୍ଦ ଆସିବ ତାହା ଫିଲ୍ମଟି ରିଲିଜ୍ ପରେ ଜଣାପଡିବ ।