ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା ଜ୍ୟୋତି ପାଣିଗ୍ରାହୀ

ଭୁବନେଶ୍ୱର: ବିଜେଡି ଛାଡିଲେ ଜ୍ୟୋତି ପାଣିଗ୍ରାହୀ । ବିଜୁ ଜନତା ଦଳରୁ ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ଦଳ ସୁପ୍ରିମୋଙ୍କୁ ପଠାଇଲେ ନିଜର ଇସ୍ତଫା ପତ୍ର । ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ।
ସୂଚନା ଅନୁଯାୟୀ , ବିଜେଡିର ଜଣେ ଦକ୍ଷ ନେତ୍ରୀ ଭାବେ ବେଶ ଜଣାଶୁଣା ଜ୍ୟୋଜି ପାଣିଗ୍ରାହୀ । ଏପରିକି ଦଳ ତାଙ୍କୁ ସୁନ୍ଦରଗଡର ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ଦେଇଥିଲା । ହେଲେ ଏବେ ସେ ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି । ଆଉ ନିଜ ଇସ୍ତଫା ପତ୍ରରେ କହିଛନ୍ତି ଯେ, ପୂର୍ବ ପରି ଦଳ ଆଉ ନାହଁ । ଦଳର ନେତାଙ୍କୁ ଭେଟି ହେଉନାହିଁ । ସେହି ପରି ଜ୍ୟୋତିଙ୍କ ସ୍ୱାମୀ ସରୋଜ ପାଣିଗ୍ରାହୀ ଦଳ ଛାଡିଛନ୍ତି । ସେ ନିଜ ଇସ୍ତଫା ପତ୍ରରେ କହିଛନ୍ତି ଯେ, ଦଳରେ ଅବହେଳା ଆଉ ଅଣଦେଖା କରାଯାଉଥିଲା । ତେଣୁ ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନେଇଛି ।