ଜଷ୍ଟିସ ସୂର୍ଯ୍ୟକାନ୍ତ ସୋମବାର ଦିନ ଭାରତର ୫୩ତମ ମୁଖ୍ୟ ବିଚାରପତି (CJI) ଭାବରେ ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନର CJI ଭୂଷଣ ଆର. ଗଭାଇଙ୍କ ସ୍ଥାନରେ ଜଷ୍ଟିସ କାନ୍ତଙ୍କୁ ଶପଥ ପାଠ କରାଇବେ। CJI ଗଭାଇଙ୍କ ସୁପାରିଶ ପରେ ରାଷ୍ଟ୍ରପତି ପୂର୍ବରୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ “ସମ୍ବିଧାନର ଧାରା ୧୨୪ ର ଧାରା (୨) ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି” ଭାରତର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିଥିଲେ ।

ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଏହି ଶପଥ ଗ୍ରହଣ ସମାରୋହରେ ବିଶ୍ୱର ୬ଟି ଦେଶର ମୁଖ୍ୟ ନ୍ୟାୟାଧୀଶ ଯୋଗ ଦେବେ । ଏଥିସହ ସୁପ୍ରିମକୋର୍ଟର ଇତିହାସରେ ପ୍ରଥମ ଥର ଲାଗି କୌଣସି ସିଜେଆଇଙ୍କ ଶପଥ ଗ୍ରହଣରେ ଏତେ ସଂଖ୍ୟାରେ ଅନ୍ୟ ଦେଶର ନ୍ୟାୟିକ ପ୍ରତିନିଧିମଣ୍ଡଳ ଉପସ୍ଥିତ ରହିବେ । ସମାରୋହରେ ଭୁଟାନ, କେନିୟା, ମାଲେସିଆ, ମରିସସ୍, ନେପାଳ ଏବଂ ଶ୍ରୀଲଙ୍କାର ମୁଖ୍ୟ ନ୍ୟାୟାଧୀଶ, ସୁପ୍ରିମକୋର୍ଟର ବିଚାରପତି ଏବଂ ସେମାନଙ୍କ ପରିବାର ସଦସ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ବର୍ତ୍ତମାନର ସିଜେଆଇ ଜଷ୍ଟିସ୍ ବି.ଆର୍.ଗଭଇଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି । ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତାଙ୍କ ସ୍ଥାନ ନେବେ । ସିଜେଆଇ ଭାବେ ତାଙ୍କ କାର୍ଯ୍ୟକାଳ ପ୍ରାୟ ୧୪ ମାସର ରହିବ । ୨୦୨୭ ଫେବ୍ରୁଆରୀ ୯ ତାରିଖରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଅବସର ନେବେ ।
