ଶପଥ ନେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ

କଟକ :  ଶପଥ ନେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ। ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍ ଟଣ୍ଡନ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ କେ. ହରିବାବୁ କମ୍ଭମ୍‌ପତି। ଏହି ଅବସରରେ ହାଇକୋର୍ଟରେ ବରିଷ୍ଠ ବିଚାରପତି, ମୁଖ୍ୟମନ୍ତ୍ରୀ ଏବଂ ଆଇନ୍‌ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।   ମୁଖ୍ୟମନ୍ତ୍ରୀ ମୋହନ ମାଝି, ଉପମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଅଛନ୍ତି ।

ଜଷ୍ଟିସ ଟଣ୍ଡନଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ ଗତ ୬ ତାରିଖରେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାରଙ୍କ ସହମତି ପରେ ରାଷ୍ଟ୍ରପତି ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ଏହା ପୂର୍ବରୁ କୋଲକାତା ହାଇକୋର୍ଟର ବରିଷ୍ଠ ବିଚାରପତି ଥିଲେ ଜଷ୍ଟିସ ଟଣ୍ଡନ ।