ବ୍ୟୁରୋ : ଆଜିଠାରୁ ତିନିଦିନିଆ ଗସ୍ତରେ ଜଷ୍ଟିସ ଅରିଜିତ ପଶାୟତ ଓଡିଶା ଆସୁଛନ୍ତି । ଅରିଜିତ ପଶାୟତ ହେଉଛନ୍ତି କଳାଧନ ସମ୍ପର୍କିତ ଏସଆଇଟି ଅଧ୍ୟକ୍ଷ । ଆସନ୍ତାକାଲି ପୁରୀ ଗସ୍ତରେ ଯିବେ ଜଷ୍ଟିସ ପଶାୟତ । ୨୮ ତାରିଖ ଦିନ ଦିନ ୧୧ଟା ବେଳେ ଏସଆଇଟିର ବିଠକ ବସିବ । ଅନ୍ୟପଟେ ଆସନ୍ତାକାଲି ଓଡିଶା ଆସୁଛନ୍ତି ଇଡି ନିର୍ଦ୍ଦେଶକ ରାହୁଲ ନବୀନ । ଖୋଲିବ ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ। ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ବୁଧବାର କଟକ ଗସ୍ତରେ ଯିବେ। ତେବେ ୨୮ ତାରିଖରେ ହେବାକୁ ଥିବା ବୈଠକରେ ଇଡିର ନିର୍ଦ୍ଦେଶକଙ୍କ ସହ ବହୁ କେନ୍ଦ୍ରୀୟ ଓ ରାଜ୍ୟ ତଦନ୍ତ ଏଜେନ୍ସିର ଅଧିକାରୀ ଯୋଗ ଦେବେ । ରାଜ୍ୟରେ ଭିଜିଲାନ୍ସ ପକ୍ଷରୁ ଯେଉଁ ୧୧ ଜଣ ଲାଞ୍ଚୁଆ ଅଧିକାରୀଙ୍କ ନାମରେ ମାମଲା ଦାଏର ହୋଇଥିଲା ସେହି ସମ୍ପର୍କରେ ଆଲୋଚନା କରାଯିବ ।