ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

ଗଞ୍ଜାମ(ହର ପ୍ରସାଦ ବିଶୋୟୀ): ଭିଜିଲାନ୍ସ ଜାଲରେ ରାସ୍ତା ଓ କୋଠାବାଡ଼ି ଡ଼ିଭିଜନ ୧ର କନିଷ୍ଠ କିରାଣୀ । ବ୍ରହ୍ମପୁରର କାର୍ଯ୍ୟରତ କନିଷ୍ଠ କିରାଣୀ ଏଲ କାମାରାଜୁ ଦାସ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କର୍ମଚାରୀମାନେ ଏକକାଳୀନ ୩ ଟି ସ୍ଥାନରେ ଚଢାଉ କରିଛନ୍ତି । କାମାରାଜୁଙ୍କ ବ୍ରହ୍ମପୁର ଆଙ୍କୁଲିସ୍ଥିତ ଖଲାସାହିଠାରେ ଦୁଇଟି ଘର ସମେତ ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟରେ ଚଢାଉ ଚାଲିଛି । ଚଢାଉରେ ୨ ଜଣ ଡ଼ିଏସପି, ୫ ଜଣ ଇନସପେକ୍ଟରଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀମାନେ ସାମିଲ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ବହୁ ପରିମାଣର ସୁନା, ଇନସ୍ୟୁରାନ୍ସ ପେପର, ବ୍ୟାଙ୍କ ଖାତା, ବଣ୍ଡ ପେପର, ଲୋନ୍ ବୁକ୍ ଆଦି ମିଳିଥିବା ବେଳେ ଚଢାଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।