ଦନ୍ତା ଉପଦ୍ରଵ : ଭାଙ୍ଗିଲା ଘର କାନ୍ଥ

ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଛି ହାତୀ ଉପଦ୍ରଵ ।

(ତେଲକୋଇ) : ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଛି ହାତୀ ଉପଦ୍ରଵ । ଏହି କ୍ରମରେ ତେଲକୋଇ ରେଞ୍ଜ ଅଧିକ କୃଷ୍ଣପୁର ଗାଁରେ ଗୋଠଛଡା ଦନ୍ତାହାତୀର ଉପଦ୍ରଵ ଦେଖିବାକୁ ମିଳିଛି । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକ ।

ଦନ୍ତାହାତୀ ଘର ଭାଙ୍ଗିବା ସହ ଖାଇଯାଇଛନ୍ତି ଧାନଚାଉଳ । ଗତକାଲି ରାତି ୮ ଟା ସମୟରେ ଗୋଠଛଡା ଦନ୍ତା ହାତୀଟି କୃଷ୍ଣପୁର ଗାଁର ନାୟକ ସାହିରେ ପଶି ଉତ୍ପାତ କରିଥିଲା । ତେବେ କାନ୍ଥ ପଡି ୧୦ ରୁ ଅଧିକ କୁକୁଡ଼ାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ଘର ଭିତରେ ଶୋଇଥିବା ସମବାରି ନାୟକ ହାତୀ ହାବୁଡରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେଠାରୁ ନିଆଁହୁଳା ଦେଖାଇ ଘଉଡ଼ାଇବା ପରେ ଧାନଚାଉଳ ଖାଇ ଫେରି ଯାଇଥିଲା । ହାତୀ ଘର ଭାଙ୍ଗିବା ଦେଖି ଭୟରେ ପରିବାର ଲୋକେ ସାହି ଭିତରକୁ ପଳାଇ ଯାଇଥିଲେ ।