ଜୁଆ ଆଡ୍ଡାରେ ଅତର୍କିତ ଚଢାଉ, ୩ ଗିରଫ

(ସୁନ୍ଦର କୁମାର ପାଣି)କୋରାପୁଟ: ଜୁଆ ଆଡ୍ଡାରେ ଅଚାନକ ଚଢ଼ାଉ। କୋରାପୁଟ ଜିଲ୍ଲାର ଝଡ଼ିଗୁଡା ଜଙ୍ଗଲ ଭିତରେ ଜୁଆଡ଼ି ମାନେ ରାଜ କରୁଥିବା ବେଳେ ଅତର୍କିତ ଚଢାଉ କରିଥିଲା କୋରାପୁଟ ସଦର ପୋଲିସ। ତେବେ ଜୁଆ ଆଡ୍ଡାରୁ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ଜିତେନ୍ଦ୍ର ମିଶ୍ର, ଚାଷୀ ସୁନା ଓ ମାନସ କୁମାର ଶବର। ଏମାନଙ୍କ ପାଖରୁ ୮୦ ହଜାର ୨୪୫ ଟଙ୍କା, ୫ ଟି ମୋଟର ସାଇକେଲ ଓ ଗୋଟିଏ କାରକୁ ଜବତ କରାଯାଇଛି।ଏହି ଚଢାଉ ଭୋର ୪ଟା ବେଳେ ଜଣେ ଡ଼ିଏସପିଙ୍କ ନେତୃତ୍ବରେ କରାଯାଇଥିଲା। ୧୫ ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ ବୋଲି ସଦର ଥାନା ଅଧିକାରୀ ସମର୍ପିତା ସ୍ବାଇଁ ଜଣାଇଛନ୍ତି।