ସାମ୍ବାଦିକଙ୍କୁ ମିଳିବ ପେନସନ

ଭୁବନେଶ୍ୱର: ସାମ୍ବାଦିକଙ୍କ ପାଇଁ ସରକାରଙ୍କ ମୁଣ୍ଡରେ ପଶିଛି ଚିନ୍ତା । ଖୁବ ଶୀଘ୍ର ସାମ୍ବାଦିକମାନଙ୍କୁ ପେନସନ ଦିଆଯିବା ନେଇ ଆସିବ ନୀତି । ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ୩ଟି କମିଟି ଗଠନ କରିଥିବା କହିଛନ୍ତି ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ତେବେ ତୁରନ୍ତ ଏହି କମିଟି ବିଭିନ୍ନ ରାଜ୍ୟକୁ ଗସ୍ତ କରି ରିପୋର୍ଟ ଦେବେ । ଏହା ପରେ ରାଜ୍ୟ ସରକାର ଏ ନେଇ ନିଷ୍ପତ୍ତି ନେବେ ।ଏହା ବ୍ୟତୀତ ୱେବ ମିଡିଆ ପାଇଁ ମଧ୍ୟ ସ୍ୱତନ୍ତ୍ରୁ ନିଷ୍ପତ୍ତି ନିଆଯିବ । ଓୟୁଜେର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ ହୋଇ ମତ ରଖିଛନ୍ତି ମାନସ ମଙ୍ଗରାଜ ।