ଜ଼ିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଜୟପୁର ; ଅଭିଯୋଗ ଶୁଣିଲେ ଜିଲ୍ଲାପାଳ । ଜୟପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରେ ଜ଼ିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଈ ଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧକ୍ଷତାରେ ଆୟୋଜିତ ମିଳିତ ଅଭିଯୋଗ ଶୁଣାଣିରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର, ଉପ ଜିଲ୍ଲାପାଳ ଏ ସସସ୍ୟା ରେଡ୍ଡୀଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଅଭିଯୋଗ ଶୁଣାଣିରେ ମୋଟ 35 ଗୋଟି ଅଭିଯୋଗ ଆସିଥିଲା। ରାସ୍ତା, ପାନୀୟ ଜଳ,ଶିକ୍ଷା,ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ଘଟଣା ସ୍ଥଳରେ କିଛି ଅଭିଯୋଗ  ସମାଧାନ ହୋଇଥିଲା। ଆଉ କିଛି ଅଭିଯୋଗ ସବୁ କୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। କୋରାପୁଟ ଜିଲ୍ଲାପାଳ ଭାବେ ଯୋଗ ଦେବା ପରେ ମନୋଜ ସତ୍ୟୱାନ ମହାଜନଙ୍କ ପ୍ରଥମ ଅଭିଯୋଗ ଶୁଣାଣି ରହିଥିଲା। ପ୍ରଥମ ଅଭିଯୋଗ ଶୁଣାଣି ରେ ଜିଲ୍ଲାପାଳ ଘଟଣା ସ୍ଥଳରେ କିଛି ଅଭିଯୋଗ ସମାଧାନ କରି ଥିବାରୁ ଅଭିଯୋଗ ପ୍ରକୋଷ୍ଟ କୁ ଆସିଥିବା ଅଭିଯୋଗ କାରୀ ମାନେ ଖୁସି ବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ଜିଲ୍ଲା ରେ ଲାଗି ରହିଥିବା ସମସ୍ୟା କୁ ଧ୍ୟାନ ଦେବା ସହିତ ଜ଼ିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ସେ ସବୁ ସମସ୍ୟାର ସମାଧାନ କରିବେ ବୋଲି କୋରାପୁଟ ବାସିନ୍ଦା ଆଶା ରଖିଛନ୍ତି।