ବାଲେଶ୍ଵର / ଅଜିତ କୁମାର ସାହୁ :ଦୀର୍ଘ ଦିନ ବ୍ୟବଧାନ ପରେ ଥାନାରେ ନୂତନ ଅଧିକାରି । ବାଲେଶ୍ଵର ଜିଲ୍ଲା ସିଂଲା ଥାନା ରେ ଦୀର୍ଘ ଦିନ ବ୍ୟବଧାନ ପରେ ନୂତନ ଥାନାଧିକାରୀ ଭାବରେ ଯୋଗ ଦେଇଛନ୍ତି ଇନିସପେକ୍ଟର ଶିବ ପ୍ରସାଦ ଭଦ୍ରା । ଏହା ପୂର୍ବରୁ ଶ୍ରୀ ଭଦ୍ରା ଜଳେଶ୍ୱର ଥାନାରେ ଆଡିସନାଲ ଆଇ ସି ଭାବରେ କାର୍ଯ୍ୟରତ ଥିଲେ । ଶ୍ରୀ ଭଦ୍ରା ଯୋଗଦେବା ପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ତେବେ ସିଂଲା ଥାନାରେ ଦୀର୍ଘ ଦିନ ହେବ ସ୍ଥାୟୀ ଥାନା ଅଧିକାରୀ ନଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହେବ ସହିତ, ଅପରାଧିକ କାର୍ୟ୍ୟକଳାପ ବୃଦ୍ଧି ପାଇଥିଲା । ଏନେଇ ସ୍ଥାୟୀ ଥାନା ଅଧିକାରୀ ନିଯୁକ୍ତି ପାଇଁ ଦାବି ହୋଇ ଆସୁଥିଲା। ତେବେ ସିଂଲା ଥାନା ଅଧିକାରୀ ଭାବେ ଶ୍ରୀ ଭଦ୍ରା ଦାଇତ୍ୱ ଗ୍ରହଣ ପରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ , ନିଶା କାରବାର ଉପରେ କାର୍ୟ୍ୟାନୁଷ୍ଠାନ ସହିତ ପୋଲିସ ପେଟ୍ରୋଲିଂ ଅଧିକ କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି ।