ରାଉରକେଲା: ସଂସାର ଜ୍ଞାନମୟ। ଜ୍ଞାନର ପ୍ରଦୀପରେ ଏ ଜଗତ ହୁଏ ଆଲୋକିତ। ଏହି ଜ୍ଞାନରୂପୀ ମହୋଦଧିରେ ସନ୍ତରଣ କରିବା ପାଇଁ ଆବଶ୍ୟକ ହୁଏ ଜ୍ଞାନଗୁରୁଙ୍କ ଆଶୀର୍ବାଦ। ବହୁଳ ପ୍ରସାରିତ ପାର୍ଥନା ଟେଲିଭିଜନ ଚାନେଲ ରେ ହେଉଥିବା ଜ୍ଞାନଗୁରୁ କାର୍ୟ୍ୟକ୍ରମରେ ରାଉରକେଲା ସେକ୍ଟର ୧୭ସ୍ଥିତ ମଧୁସୂଦନ ଶିକ୍ଷା ନିବାସର ଶିକ୍ଷୟିତ୍ରୀ ନିରୁପମା ନାୟକ ଓ ତାଙ୍କ ସ୍ବାମୀ ଦୁଷ୍ମନ୍ତ ନାୟକ ଯୋଗଦେଇ ଜ୍ଞାନଗୁରୁ ଉପାଧି ଲାଭ କରି ରାଉରକେଲାର ଗୌରବ ବଢାଇଛନ୍ତି। ସଂଯୋଜକ ଅଭିନେତା ପୁପିନ୍ଦର ଙ୍କ ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେଇ ଉଭୟ ଏହି ଜ୍ଞାନଗୁରୁ ଉପାଧି ଲାଭ କରିବା ସହ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଙ୍କ ଠାରୁ ଉପହାର ଓ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତାମାନ ମିଳିବାରେ ଲାଗିଛି।