(ରିପୋଟର୍ସ ଟୁଡେ,ନୂଆଦିଲ୍ଲୀ): ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ରାଜ୍ୟରେ ଅର୍ଥର ସଠିକ ସମୟରେ ସଦୁପଯୋଗ ପ୍ରତି ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ବିଭିନ୍ନ କେନ୍ଦ୍ରୀୟ ଯୋଜନାଗୁଡିକର ସୁଫଳ ଯେପରି ରାଜ୍ୟର ଜନସାଧାରଣଙ୍କ ନିକଟରେ ପହଞ୍ଚିବ ସେ ଦିଗରେ ଧ୍ୟାନ ଦିଆଯିବ । ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ଶ୍ରୀନଗରସ୍ଥିତ ସଚିବାଳୟଠାରେ ଉଦବୋଧନ ଦେଇ ସେ ଏହା କହିଛନ୍ତି । ସଚିବମାନଙ୍କୁ ସ୍ୱଚ୍ଛତା, ନିଷ୍ଠାପରତା ଓ ପ୍ରତିଶୃତିବଦ୍ଧତା ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ଜମ୍ମୁ ଓ କାଶ୍ମୀରକୁ ଶାନ୍ତି ସମୃଦ୍ଧି ପଥରେ ଆଗେଇ ନିଆଯାଇପାରିବ ବୋଲି ଉପରାଜ୍ୟପାଳ କହିଛନ୍ତି । ଲୋକମାନଙ୍କ ପାଖରେ ତୁରନ୍ତ ସରକାରୀ ଯୋଜନାଗୁଡିକୁ ପହଞ୍ଚାଇବାକୁ ନିଶ୍ଚିତ କରିବା ପାଇଁ ସେ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।