ଝାରସୁଗୁଡା ଉପ ନିର୍ବାଚନ, ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ବିଜେପି

ଭୁବନେଶ୍ୱର: ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ଘୋଷଣା । ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ବିଜେପି ।ଟଙ୍କଧରଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ ।

ସୂଚନାଯୋଗ୍ୟ ଯେ, ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ହେଉଛି ଉପ ନିର୍ବାଚନ । ଏହି ଉପ ନିର୍ବାଚନରେ ନବଙ୍କ ଝିଅ ଦୀପାଳିକୁ ପ୍ରାର୍ଥୀ କରିଛି ବିଜେଡି । ଆସନ୍ତା ମେ ୧୦ରେ ଝାରସୁଗୁଡା ଭୋଟ୍ ପଡିବାକୁ ଥିବାବେଳେ, ମେ ୧୩ରେ ଆସିବ ରେଜଲ୍ଟ ।