(ରିପୋର୍ଟସ ଟୁଡ଼େ): ଝାରସୁଗୁଡ଼ା ବିମାନ ବନ୍ଦର ଏବେ ସୁରେନ୍ଦ୍ର ସାଏ ବିମାନ ବନ୍ଦର ନାମରେ ଜଣାଯିବ । ଏନେଇ ଆଜି କ୍ୟାବିନେଟ୍ ମଞ୍ଚୁରୀ ମିଳିଯାଇଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି ଜୁଏଲ ଓରାମ୍ ।
ସୂଚନାଯୋଗ୍ୟ ଅକ୍ଟୋବାର ୩୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ । ଝାରସୁଗୁଡ଼ା ବିମାନବନ୍ଦର ସମ୍ପର୍କରେ ମୋଦିଙ୍କୁ ଚିଠି ଲେଖିଥିଲେ ନବୀନ୍ । ଝାରସୁଗୁଡ଼ା ବିମାନବନ୍ଦର ସ୍ୱାଧୀନତା ସଂଗ୍ରାମୀ ତଥା ମାଟିର ସନ୍ତାନ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେବା ନେଇ ଘୋଷଣା ହୋଇଥିଲେ ହେଁ କାର୍ୟ୍ୟକାରୀ ହୋଇପାରିନଥିଲା ।
ସେପ୍ଟମ୍ବର ୨୨ରେ ଉଦଘାଟିତ ହୋଇଥିଲା ଝାରସୁଗୁଡ଼ା ବିମାନବନ୍ଦର । ଓଡ଼ିଶାର ଦ୍ୱିତୀୟ ବିମାନବନ୍ଦରକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ସେହି ସମୟରେ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଝାରସୁଗୁଡ଼ା ବିମାନବନ୍ଦରକୁ ନାମିତ କରାଯିବ ବୋଲି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ କାର୍ୟ୍ୟକାରୀ ହେବାକୁ ଅନେକ ଦିନ ଲାଗିଯାଇଥିଲା ।