ଝାଡଖଣ୍ଡ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡ ଆଶ୍ୱସ୍ତି । ହେମନ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି ଝାଡଖଣ୍ଡ ହାଇକୋର୍ଟ । ଜମି ଦୁର୍ନୀତି ମାମଲାରେ ନବମ ଥର ସମନ ପରେ ୩୧ ଜାନୁଆରୀରେ ଇଡ଼ି ତାଙ୍କୁ ଗିରଫ କରିଥିଲା । ଏହାପରେ ଜେଲରେ ରହିଥିଲେ ହେମନ୍ତ । ଜଲରେ ରହିବା ଭିତରେ କିଛି ଦିନ ପାଇଁ ଜାମିନରେ ବାହାରକୁ ଆସି ପୁଣି ଜେଲ ଯାଇଥିଲେ । ଗତ ୫ମାସ ହେବ ଜେଲରେ ରହିଥିଲେ ହେମନ୍ତ ସୋରେନ।
ସୂଚନା ଅନୁଯାୟୀ, ଜମି ଦୁର୍ନୀତି ମାମଲାରେ ଜେଲ ଯାଇଥିବଲେ ହେମନ୍ତ ସୋରେନ । ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା କୋଟି କୋଟି ଟଙ୍କା ମୂଲ୍ୟର ଜମି ହଡ଼ପ କରିବା ପାଇଁ କାଳ୍ପନିକ କାରବାର ଏବଂ ଜାଲ୍ ଦଲିଲ ମାଧ୍ୟମରେ ରେକର୍ଡକୁ ନିୟନ୍ତ୍ରଣ କରୁଥିଲେ। ଜମି ଦଖଲ ପାଇଁ ସେ ଏକ ବଡ଼ ଯୋଜନା ଚଳାଇଥିଲେ। ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଇଡି ତଦନ୍ତ ଜୋର୍ ଧରିଥିଲା। ଇଡି ମାରାଥନ ପ୍ରଶ୍ନ ଅଧିବେଶନ ଆରମ୍ଭ କରିବାର କିଛି ଘଣ୍ଟା ପରେ ହେମନ୍ତ ସୋରେନ ଜାନୁଆରି ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇଡି ତାଙ୍କୁ ଗିରଫ କରିବ ବୋଲି କହିବା ପରେ ସେ ନିଜ ଆଡୁ ଇସ୍ତଫା ଦେଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ଗିରଫ ହେବାକୁ ଚାହୁଁନଥିବା ସୋରେନ ଇସ୍ତଫା ଦେବା ପରେ ଯାଇ ଇଡି ହାତରେ ଗିରଫ ହୋଇଥିଲେ।