ପହଲଗାମ୍ ଆକ୍ରମଣକୁ ନେଇ ଝରୀଗାଁ ବଣିକ ସଂଘର କ୍ୟାଣ୍ଡେଲ ଶୋଭାଯାତ୍ରା

ଝରୀଗାଁ/ ବସନ୍ତ କୁମାର ସାହୁ: ପହଲଗାମ୍ ଆକ୍ରମଣ ଘଟଣାକୁ ନିନ୍ଦା କରି ଝରୀଗାଁ ବଣିକ ସଂଘ ତରଫରୁ ପୋଷ୍ଟର ଏବଂ ଫ୍ଲାକକାର୍ଡ ଧରି ଝରୀଗାଁ ଠାରେ କ୍ୟାଣ୍ଡେଲ ରାଲି । ପାକିସ୍ତାନ ମୁର୍ଦାବାଦ ନାରାରେ ଝରୀଗାଁ ହନୁମାନ ମନ୍ଦିରରୁ ବାହାରି ବଜାର ଠାରେ ପହଲଗାମ୍ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଉଦେଶ୍ୟରେ ଶାନ୍ତି ପ୍ରାର୍ଥନା କରିବା ସହିତ ପାକିସ୍ତାନ ପତାକା କୁ ପୋଡି ପାକିସ୍ତାନ ଏବଂ ପାକିସ୍ତାନୀ ଆତଙ୍କିଙ୍କ ବିରୋଧରେ ନାରାବାଜି କରାଯାଇଥିଲା । ଏହି ସଭାରେ ପାକିସ୍ତାନୀ ପତାକାକୁ ନିଆଁ ଲଗେଇ ପାକିସ୍ତାନକୁ କଡା ସମାଲୋଚନା କରାଯାଇଥିଲା । ଭାରତ ବର୍ଷ ରେ ଶାନ୍ତି ସ୍ଥାପନା ପାଇଁ ପାକିସ୍ତାନକୁ ମାନଚିତ୍ରରୁ ହଟେଇ ଦିଆଯିବା ଦରକାର ବୋଲି କୁହାଯାଇଥିଲା । ପହଲଗାମ୍ ଆକ୍ରମଣ ରେ ପାକିସ୍ତାନୀ ଆତଙ୍କବାଦୀ କୁ କାପୁରୁଷ ପଣିଆ କୁ ନିନ୍ଦା କରାଯିବା ସହ ପାକିସ୍ତାନ ବିରୋଧରେ ସବୁଜାତି ସବୁଧର୍ମ ଏକଜୁଟ ହୋଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ହିନ୍ଦୁସ୍ତାନରେ ଧର୍ମ ନାମରେ ହତ୍ୟା କରି ସାମ୍ପ୍ରଦାୟିକ ଅସ୍ଥିରତା ସୃଷ୍ଟି କରିବାର ପାକିସ୍ତାନ ର ଏହି ଘୃଣ୍ୟ ଉଧେଶ୍ୟ କେବେ ସଫଳ ହେବନାହିଁ ବୋଲି କୁହାଯାଇଥିଲା ।