ନବରଙ୍ଗପୁର (ରଶ୍ମିରଞ୍ଜନ ସାମଲ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସିଡିପିଓ ସୁଷମା ପ୍ରସାଦ ୨୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି। ୨୦୨୧ ଜାନୁଆରୀ ଓ ଅଗଷ୍ଟ ମାସରେ କୁଟ୍ରି ଛାପର ସେକ୍ଟରର ୧୪ଟି ଅଙ୍ଗନବାଡି କେନ୍ଦ୍ରର ଶିଶୁଙ୍କ ଡ୍ରେସ ପାଇଁ ୨ଲକ୍ଷ୧୧ ହଜାର ୨୫୦ଟଙ୍କା ଅନୁଦାନ ଆସିଥିଲା। ଅନୁଦାନ ଟଙ୍କାରେ ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ପ୍ରଦାନ କରାଯାଇଥିଲା। ଡ୍ରେସ ପିଛା ୧୦ ପ୍ରତିଶତ ଓ ସୁଇଟର ପିଛା ୩୦ ପ୍ରତିଶତ ପିସି ମାଗୁଥିଲେ। ତେବେ ଡ୍ରେସ କିଣା ବାବଦକୁ ସିଡିପିଓ ୨୭ ପ୍ରତିଶତ ରଞ୍ଜିତା ନାୟକଙ୍କୁ ପିସି ମାଗୁଥିଲେ । ଏହାକୁ ଅଙ୍ଗନବାଡି କର୍ମୀ ମାନେ ବିରୋଧ କରୁଥିଲେ । ତୋହରାକାରୀଆ ଗୁଡାର ଅଙ୍ଗନବାଡି କର୍ମୀ ରଞ୍ଜିତା ନାୟକ ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଗୁରୁବାର ରଞ୍ଜିତା ଠାରୁ ୨୭ ହଜାର ଟଙ୍କା ଲାଞ୍ଚ ନେଇ ସିଡିପିଓ ଟାଲିଆମ୍ବାସ୍ଥିତ ଭଡାଘରେ ଦେଇଥିଲେ। ଭିଜିଲାନ୍ସ ଟିମ ଘେରି ସିଡିପିଓଙ୍କୁ କାବୁକରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ। ଵର୍ତମାନ ସିଡିପିଓ ଙ୍କ କାର୍ୟ୍ୟାଳୟ ଓ ଭବାନୀପାଟଣା ଇରିଗେଶନ କଲୋନୀରେ ଚଢ଼ାଉ ଜାରି ରହିଛି । ଚଢ଼ାଉ ଟିମରେ ନବରଙ୍ଗପୁର ଭାରପ୍ରାପ୍ତ ଭିଜିଲାନ୍ସ ଡ଼ିଏସପି କଳାବତୀ ବାଘ,ଇନ୍ସପେକ୍ଟର ଭୀମସେନ ପୂଜାରୀ,ଇନ୍ସପେକ୍ଟର ଅନୁଭା ଦାସ, ଏ ଏସ ଆଇ କେଶବ ମୂର୍ତ୍ତି, ଷ୍ଟେନୋ ସୂର୍ୟ୍ୟ ପ୍ରକାଶ ରାଓ ଚଢ଼ାଉ ଟିମରେ ରହିଥିଲେ ।